July 9, 2026

କର୍ଲାପିଠା ଗ୍ରାମରେ ବଡ଼ଧରଣର ଚୋରି। ପୋଲିସର ଯାଞ୍ଚ ଆରମ୍ଭ

IMG-20260708-WA0066
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡା ଫାଣ୍ଡି ଅଧିନସ୍ଥ କର୍ଲାପିଠା ଗ୍ରାମରେ ଗତ ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରି ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, କର୍ଲାପିଠା ଗ୍ରାମର ପାର୍ଥବ ସାହୁ ଓ ତାଙ୍କ ପରିବାର ଲୋକେ ରାତିରେ ଶୋଇଥିବାବେଳେ, ବିଳମ୍ବିତ ରାତିରେ ଚୋର ମାନେ କୌଶଳ କ୍ରମେ ଘର ଭିତରେ ପଶି ଆଶ୍ଚର୍ଯ୍ୟଜନକ ଭାବରେ ଆଲମାରି ଭାଙ୍ଗି ଦୁଇ ଲକ୍ଷ ପଚାଶ ହଜାର ଟଙ୍କା, ସତର ଭରି ସୁନା ଅଳଙ୍କାର ଓ ତିରିଶ ଭରି ରୁପା ଅଳଙ୍କାର ଆଦି ଲୁଟ କରି ଚୋର ମାନେ ଚମ୍ପଟ ମାରିଥିଲେ ସୁଦ୍ଧା ପରିବାର ଲୋକେ କିଛି ଜାଣିପାରିନଥିଲେ। ପାର୍ଥବଙ୍କ ପରିବାର ଲୋକେ ସକାଳୁ ଉଠି ଦେଖିବାକୁ ପାଇଥିଲେ ଯେ’ ଆଲମାରି ଭଙ୍ଗାଯାଇ ସମସ୍ତ ଟଙ୍କା ଓ ଗହଣା ଗୁଡିକ ଲୁଟ ହୋଇଯାଇଛି। ଏନେଇ ପାର୍ଥବ ସାହୁ ଓ ତାଙ୍କ ପରିବାର ବୋର୍ଡା ଫାଣ୍ଡିକୁ ସୂଚନା ଦେବାପରେ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘରର ଯାଞ୍ଚ କରିବା ସହ ଏକ ଚୋରି ମାମଲା ୠଜ୍ଜୁ କରି ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି। ବର୍ତ୍ତମାନ ଏହି ଚୋରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟରେ ବାତାବରଣ ସୃଷ୍ଟି କରିଛି।