July 7, 2026
ajiro khabar
Share

 

 

୧-ଭୁବନେଶ୍ୱର:କେଉଁଠି ବୁଡ଼ାଇଲା, କେଉଁଠି ଭସାଇଲା, କାନ୍ଥ ପଡ଼ି ଜୀବନ ବି ଗଲା; ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ।

 

୨-ଭୁବନେଶ୍ୱର,:ବଢୁଛି ମହାନଦୀ, ବଂଶଧାରା ଓ ବୈତରଣୀ।ହୀରାକୁଦରେ ୨୪ ଘଣ୍ଟାରେ ଦୁଇଣୁଣା ବନ୍ଯାଜଳ ପ୍ରବେଶ।

 

୩-ପାଖେଇ ଆସୁଛି ରଥଯାତ୍ରା,ମାତିଛନ୍ତି ସାଇବର ଠକ, ସପ୍ତାହକରେ ୪୦ ଶ୍ରଦ୍ଧାଳୁ ହରେଇଲେଣି ୧୦ ଲକ୍ଷ।

 

୪-ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ ! ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ।ବର୍ତ୍ତମାନ ରହିଛନ୍ତି ୩ କୋଟି ୧୩ ଲକ୍ଷ ଭୋଟର।

 

୫-ଭୁବନେଶ୍ୱର ଭୋଟର ତାଲିକାରୁ ବାଦ୍ ପଡିଲେ ୧୯,୫୪୯ ଭୋଟର।

 

୬-ସାତକୋଶିଆ ଅଭୟାରଣ୍ୟରେ ହରିଣ ଶିକାର, ୨ ୱାଚରଙ୍କ ସମେତ ୪ ଗିରଫ।

 

୭-ବର୍ଷା ଆରମ୍ଭରୁ କେନ୍ଦ୍ରାପଡ଼ା ଆଳିରେ ବେହାଲ ସ୍ଥିତି, ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।

 

୮-କଟକ:ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା;ଫରେନସିକ ଲ୍ୟାବକୁ ପଠାଗଲା ଜବତ ୨ଟି ମୋବାଇଲ।

 

୯-ନରାଜ:ମହାନଦୀରେ ଅଘଟଣ, ପ୍ରଖର ସୁଅରେ ଭାସିଗଲେ ତିନି ଯୁବକ, ଜଣେ ନିଖୋଜ।

 

୧୦-ମୁକ୍ତିମଣ୍ଡପ ପଣ୍ଡିତ ସଭାର ଗଜପତିଙ୍କୁ ପତ୍ର, ଶାସ୍ତ୍ରୀୟ ତିଥି ଓ ସୂର୍ଯ୍ୟୋଦୟ କାଳ ଅନୁଯାୟୀ ହେବ ମହାପ୍ରଭୁଙ୍କ ସ୍ନାନ ଓ ରଥଯାତ୍ରା।

 

୧୧-ମହଙ୍ଗା ପଡିଲା ସିଏମ ଓ ପିଏମଙ୍କ ଫଟୋକୁ ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପ୍ରଦର୍ଶନ, ଅଭିଯୁକ୍ତ ବିଶ୍ବଜିତ ସାହୁ ଗିରଫ।

 

୧୨-ବଙ୍ଗୋପସାଗରରେ ଅବପାତ ସୃଷ୍ଟି, ୨୪ ଘଣ୍ଟାରେ ଓଡ଼ିଶା ଉପକୂଳ ଅତିକ୍ରମ ସମ୍ଭାବନ!

 

୧୩-ଲର୍ଡସ: ଅଷ୍ଟ୍ରେଲିଆ ମହିଳା ଟି୨୦ ବିଶ୍ଵ ଚମ୍ପିୟାନ। ଇଂଲଣ୍ଡକୁ ୭ ଓ୍ବିକେଟ୍ ରେ ହରାଇଲା।

 

୧୪-ଫିଲାଡେଲଫିଆ:ପେନାଲଟି ଗୋଲରେ ଜିତି କ୍ବାଟରରେ ଫ୍ରାନ୍ସ୍ ପହଞ୍ଚିଲା।

 

୧୫-ବିହାର, ହାଜିପୁର:ବାହାଘରରେ ମାରଣାସ୍ତ୍ର ଧରି ଖୁବ ନାଚିଲେ ବର, ଭିଡିଓ ଭାଇରାଲ ପରେ ଥାନାରେ କଟିଲା ଚତୁର୍ଥୀ।

 

୧୬-ମଧ୍ୟପ୍ରାଚ୍ୟ ଅସ୍ଥିରତା ସମୟରେ ଦିଲ୍ଲୀରେ ଲାଗୁହୋଇଥିବା ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା ଏବେ ହଟିଲା।

 

୧୭-ଆଗ୍ରାରେ ଚାଞ୍ଚଲ୍ୟ : ସ୍ୱାମୀଙ୍କୁ ୨୦ଟି ନିଦ ବଟିକା ଖୁଆଇ ହତ୍ୟା କଲେ ସ୍ତ୍ରୀ।

 

୧୮-ଅମରନାଥ ଯାତ୍ରା: ପାହାଡ଼ ଉପରେ ଶିବ ଭକ୍ତ ଏକତ୍ରିତ, ଦୁଇ ଦିନରେ ୩୨,୦୦୦ ତୀର୍ଥଯାତ୍ରୀ କଲେ ଦର୍ଶନ।

 

୧୯-ଇସଲାମାବାଦ:ଭାରତକୁ ସମର୍ଥନ ମାଗିଲେ ପାକିସ୍ତାନ ସହିତ କ୍ରୋଧିତ ନେତା; ଶାହବାଜ-ମୁନିରଙ୍କ ବିରୋଧରେ କଲେ ପ୍ରତିବାଦ।

 

୨୦-ୟେମେନରେ ହୁତି ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣ ; ୧୪ ସୈନିକ ନିହତ,୨୩ ଆହତ।