କଣ୍ଟାବାଡ଼ ପଞ୍ଚାୟତରେ ୫୦ ଲକ୍ଷ ଟଙ୍କାର ବିକାଶମୂଳକ କାର୍ଯ୍ୟ
ଖୋର୍ଦ୍ଧା-: ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତରେ ଆଜି ବିଭିନ୍ନ ଜନହିତକର ପ୍ରକଳ୍ପର ଶୁଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ମାନନୀୟା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କରକମଳରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଏବଂ ସୋଲାର ଲାଇଟ୍ ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପିତ ୨୦ଟି ସୋଲାର ଲାଇଟ୍ ଏବଂ ୧୦ଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ରାତ୍ରିକାଳୀନ ଆଲୋକୀକରଣ କ୍ଷେତ୍ରରେ ଲୋକଙ୍କୁ ବିଶେଷ ସୁବିଧା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟକ ସାଧାରଣ ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜନସାଧାରଣଙ୍କ କଲ୍ୟାଣ ପାଇଁ ଏଭଳି ବିକାଶମୂଳକ ପ୍ରକଳ୍ପ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଥିଲେ।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ଉପାନ୍ତ ଖବର
