ଡ୍ରେନେଜ ନଥିବାରୁ ସାରଳାହାଟ ରେ ପାନୀୟଜଳ ପାଇଁ, ହାଟୁଆ ଓ ଗ୍ରାହକ ହନ୍ତସନ୍ତ ..
ତିର୍ତ୍ତୋଲ ତା 5/7/2026 ପ୍ରସିଦ୍ଧ ଝଙ୍କଡ଼ ର ଅଧିଷ୍ଠାତ୍ରୀଦେବୀ ମା ସାରଳାଠାକୁରାଣୀ ଙ୍କ ସାରଳାହାଟ ର ମଧ୍ୟବର୍ତ୍ତୀ ସ୍ଥାନରେ, ହାଟର ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ମାନଙ୍କ ପାଇଁ, ଶ୍ରୀରାମ ଚୁଡାକଳ ରାସ୍ତାରେ ବହୁବର୍ଷ ପୂର୍ବରୁ ଏକ ଟିଉବଲ ବସିଥିଲା, ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ଆର ଡବ୍ଲୁ ଏସ ଏସ ତରଫରୁ ଟାଇମ ପାଣି ଯୋଗାଇଦେବା ପାଇଁ ଆଉ ଦୁଇଟି, ପାନୀୟଜଳଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା l ମାତ୍ର ଏଠାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ, ପୁତଗନ୍ଧମୟ ନର୍ଦ୍ଦମା ପାଣି, ଜମିରହୁଛି l ଯାହାଫଳରେ ଏଠାରୁ ଦୂଷିତଜଳ ନେଇ, ବ୍ୟବହାର କରିବା ସମ୍ଭବପର ହୋଇ ପାରୁନାହିଁ l ଏହାର ସ୍ଥାୟୀ ସମାଧାନ ପାଇଁ ଡ୍ରେନେଜ କରିବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇ ପଡିଛି l ହାଟୁଆ ଓ ପଥଚାରି ମାନେ ମଧ୍ୟ ଏଠାରୁ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି l ବିଭାଗୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ବାସ୍ତବସ୍ଥିତି ଅନୁଧ୍ୟାନ କରି ଏଠାରେ ଡ୍ରେନେଜ ବ୍ୟବସ୍ଥା କରିବା ନିମନ୍ତେ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ, ହାଟ ଓ ହାଟବଜାର ର ଦୋକାନୀ ମାନଙ୍କ ସମେତ ସ୍ଥାନୀୟ ଅଧିବାସୀ ମାନେ ଦାବୀ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
