ଉମରକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
ଉମରକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
(ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)
ଉମରକୋଟ ତା॰ ୦୪/୦୬/୨୦୨୩
ଆଜି ଉମରକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢେ ସାତ ଘଟିକା ସମୟରେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୁରତିଙ୍କ ଆଳତି କାର୍ଯ୍ୟ ସାରିବା ପରେ ଶ୍ରୀ ଜୀଉ ମାନଙ୍କୁ ଅନ୍ନ ଭୋଗ ଲାଗି କରଯାଇଥିଲା । ଏହା ପରେ ସେବାୟତ ମାନେ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି ବିଜେ କରି ସ୍ନାନ ମଣ୍ଡପକୁ ନେଇଥିଲେ । ନିକଟସ୍ଥ ଭାସକେଲ ନଦୀରୁ ଜଳ ଅଣାଯାଇଥିଲା । ଉକ୍ତ ଜଳରେ ସୁବାସିତ ଫୁଲ, ଚନ୍ଦନ କର୍ପୁର, ଅତର ମିଶାଇ ଏକ ଦିବ୍ୟ ପବିତ୍ର ଜଳ ପ୍ରସ୍ତୁତ କରଯାଇଥିଲା । ଏଥିରୁ ଶ୍ରୀ ଜଗନ୍ନାଥଙ୍କୁ ୩୫ କଳସ, ଶ୍ରୀ ବଳଭଦ୍ରଙ୍କୁ ୩୩ କଳସ, ମାତା ଶୁଭଦ୍ରାଙ୍କୁ ୨୨ କଳସ ଓ ମହାପ୍ରଭୁ ସୁଦର୍ଶନଙ୍କୁ ୧୮ କଳସ ଜଳରେ ମୁଖ୍ୟ ପୁରୋହିତ ଶ୍ରୀ ଗୌରହରି ମିଶ୍ର ଓ ପୁରୋହିତ ଶ୍ରୀ କୃଷ୍ଣ ଚନ୍ଦ୍ର ଦାଶ, ଶ୍ରୀ ଲାଲୁ ମିଶ୍ର ଓ ଅନ୍ୟ ସେବାୟତ ମାନେ ଶ୍ରୀ ଜୀଉ ମାନଙ୍କୁ ସ୍ନାନ କରାଇଥିଲେ । ଏହାପରେ ଶ୍ରୀ ଜୀଉ ମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରଯାଇଥିଲା । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଏହି ଗଜାନନ ବେଶ ଦେଖିବା ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ବିପୁଳ ସମାଗମ ହୋଇଥିଲା । ତତ୍ପରେ ଶ୍ରୀ ଜୀଉ ମାନଙ୍କୁ ଆଳତି ସହ ଭୋଗ ଲାଗି ହୋଇଥିଲା । ଦିନ ତମାମ ଭକ୍ତ ମାନଙ୍କୁ ପ୍ରଭୁ ଦର୍ଶନ ଦେଇଥିଲେ ।
ସନ୍ଧ୍ୟା ୬ ଘଟିକା ସମୟରେ ସନ୍ଧ୍ୟା ଆରତି ପରେ ଚତୁର୍ଦ୍ଧା ମୁରତି ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଥିଲେ । ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀ ଜୀଉମାନେ ଜ୍ଵରରେ ପୀଡିତ ହୋଇ ଆଜିଠାରୁ ୧୫ ଦିନ ପର୍ଯ୍ୟନ୍ତ ଅଣସର ଗୃହରେ ଅବସ୍ଥାନ କରିବେ ।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ମନ୍ଦିର ଦେବୋତ୍ତର କମିଟି ତରଫରୁ ସମ୍ପାଦନ କରାଯାଇଥିଲା । କମିଟିର ଉପସଭାପତି ଶ୍ରୀ ଜୟଦେବ କୁମାର ପରିଡା, ସମ୍ପାଦକ ଶ୍ରୀ ରାମ ନାୟକ, ସଭ୍ୟ ଶ୍ରୀ ଅର୍ଜୁନ ନାୟକ, କୋଷାଧ୍ୟକ୍ଷ ବିଘ୍ନରାଜ ସାନ୍ତ୍ରା, ଶ୍ରୀ ଶଙ୍କର ଭବାନୀ ପଟ୍ଟନାୟକ, ଶ୍ରୀ ଝାଡ଼େଶ୍ଵର ମହାନ୍ତି, ଶ୍ରୀ ସୁରେଶ ବାଣୁଆ ଓ ଅନ୍ୟ ସବଜ୍ଞା ମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ସୂଚାରୁ ରୂପେ ସମ୍ପାଦନ କରିଥିଲେ ।