ଉମରକୋଟ ନିକଟସ୍ଥ ଜାମରୁଣ୍ଡା ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସୁରକ୍ଷା ସପ୍ତାହ ପାଳିତ
ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ତଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ଜାମରୁଣ୍ଡ। ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଠାରେ” ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ “ପାଳିତ ହୋଇ ଯାଇଛି l ଓଡିଶା ଶକ୍ତି ବିଭାଗ, ‘ସେଣ୍ଟର ଫର ଏନଭେରମେଣ୍ଟାଲ ଷ୍ଟାଡିଜ ‘ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସଚେତନ ସଭା ଅନୁଷ୍ଠାନର ଅଧ୍ୟକ୍ଷ ଘନଶ୍ୟାମ ମାଝୀ ଙ୍କ ସଭାପତିତ୍ୱରେ ଓ ଇକୋ କ୍ଲବ ମୁଖ୍ୟ ତଥା ଜାତୀୟ ସାଧନ କର୍ମୀ ଡକ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ସଂଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋରାପୁଟ ଓ ନବରଙ୍ଗପୁର ଅଧୀକ୍ଷଣ ଯନ୍ତ୍ରୀ ସତ୍ୟଜିତ୍ ରାଉତ l ଶକ୍ତି ସଂରକ୍ଷଣ, ଶକ୍ତି ସୁରକ୍ଷା, ବିଦୁତ୍ୟ ସଚେତନତା ଉପରେ ଭିଡ଼ିଓ ଶୋ ମାଧ୍ୟମରେ ବହୁ ସତର୍କ ଓ ନିରାପତ୍ତାର କଥା ବୁଝାଇ ଥିଲେ l ଦିବସ ଉପଲକ୍ଷେ ଅନୁଷ୍ଠିତ କୁଇଜ, ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ରେ ସଫଳତା ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିବା ସହ ଦିବସର ଗୁରୁତ୍ୱ ବିଷୟରେ ଅନ୍ୟମାନଙ୍କୁ କହି ଜୀବନ ସୁରକ୍ଷାରେ ସାହାଯ୍ୟ କରିବାକୁ ପ୍ରେରଣା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଦିଲୀପ କୁମାର ମହାନନ୍ଦ, ବାଲୁଙ୍କେଶ୍ୱର ପ୍ରଧାନ ଶ୍ରୀମତୀ ତନୁଜା ମିଶ୍ର, ଶ୍ରୀମତୀ ସୁସ୍ମିତା ବିଶ୍ୱାସ, ଶ୍ରୀମତୀ ଆନିନ୍ଦିତl ରାୟ, ପ୍ରିୟବ୍ରତ ପ୍ରଧାନ, ଶ୍ରୀପତି ପୂଜାରୀ,ସୁଶ୍ରୀ ଶୈଳବାଳl ସାହୁ, ଶ୍ରୀମତୀ ସୋନାଲି ଶ୍ଵେତା ପଦ୍ମା ବାରିକ, ଅଭିନ୍ନ କୁମାର ଦାସ, ଶ୍ରୀ ଜିତେନ୍ଦ୍ର କୁମାର ସେଠି, ତାପସ କୁମାର ନାୟକ, ଦ୍ରୁପଦ ମାଝୀ ଘନଶ୍ୟାମ ସାହୁ।
