September 21, 2024

ବ୍ଲକ ର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟିଲେ ସାଥି ସଂଗଠନ ର କର୍ମକର୍ତ୍ତା

Share

ବ୍ଲକ ର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟିଲେ ସାଥି ସଂଗଠନ ର କର୍ମକର୍ତ୍ତା l
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା୨/୬ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିର୍ଘଦିନ ଧରି ଲାଗି ରହିଥିବା ବିଭିନ୍ନ ସମସ୍ଯାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ପାଢ଼ୀଙ୍କୁ ଭେଟି ୯ ଦଫା ଦାବି ଦେଇ ଆଲୋଚନା କରିଛନ୍ତି ସାଥି ସଂଗଠନ ର କର୍ମକର୍ତ୍ତା l କୁନ୍ଦୁରା ବ୍ଲକର ବାଗଦେରୀ ଦିଗାପୁର ଓ ଆସନା ଆଦି ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଅଛି। ସେଠାରେ ଚିକିତ୍ସାଧିନ ରୋଗୀ ଅଧିକ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସିଲେ ଭଲ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି l ଦାବି ଗୁଡିକ ମଧ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଅଭାବ, ମହିଳା ଡାକ୍ତର ନିଯୁକ୍ତି, ୧୦୨ ଜନନୀ ଏକ୍ସପ୍ରେସ ସମସ୍ୟା, ଲାବୋରଟୋରୀ ଟେକନିସିଆନ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି, ମା ଗୃହ  ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ କରିବା, ଶବ ବୁହା ଗାଡ଼ି ନ ଥିବା ଆଦି ଦାବି ପତ୍ରରେ ଉଲ୍ଲେଖ ରହିଛି l ଏ ସବୁ ବିଷୟକୁ ନେଇ ସଂଗଠନର କର୍ମକର୍ତ୍ତା ସଭାପତି ଚନ୍ଦ୍ର ଶେଖର ରଥ, ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ବେହେରା, ଜିତେନ୍ଦ୍ର ପାଣିଗ୍ରାହୀ, ଗୋପାଳ କୃଷ୍ଣ ସାବତ, ପ୍ରଣବ ପାଣିଗ୍ରାହୀ, ସ୍ଵରୂପ ଦାସ, ଗୁପ୍ତେଶ୍ଵର ପାଣିଗ୍ରାହୀ ଓ ସୁଧୀର ବେହେରା ପ୍ରମୁଖଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦିର୍ଘ ସମୟ ଧରି ଆଲୋଚନା କରିବା ସହ ତୁରନ୍ତ ଏ ସବୁ ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା କରିବେ ବୋଲି କହିଛନ୍ତି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l