June 12, 2026

ଗଜପତି:- ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଓ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

IMG-20260612-WA0054
Share

 

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଏବଂ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମଟି ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ’ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ , ଶ୍ରୀ ରାଜେଶ କୁମାର ମିଶ୍ର, ପିପି,ଗଜପତି ଜିଲ୍ଲା ନ୍ୟାୟାଳୟର ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର, ବୁଦୁରା ଗ୍ରାମ ପଞ୍ଚାୟତର ପି:ଇ:ଓ ଶ୍ରୀମତୀ ସୁନିତା ଲିମା , ସରପଞ୍ଚ ଶ୍ରୀମତୀ ହେମଲତା ମିଶାଲ , ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଶ୍ରୀ କାଳୁ ରାଉତ ଏବଂ କାଶୀନଗର ଥାନା ଆଇ:ଆଇ:ସି – ଶ୍ରୀ ତ୍ରିନାଥ ସେଠୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ଶ୍ରମ ନିରୋଧ, ଶିଶୁଙ୍କ ଅଧିକାର , ବୃଦ୍ଧମାନଙ୍କ ସୁରକ୍ଷା ଓ ସମ୍ମାନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଜଷ୍ଟିସ ମିଶନ (ଆଇ:ଜେ:ମ:)ର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଓ ଅଂଶଗ୍ରହଣକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————–

You may have missed