June 12, 2026

ଗଜପତି : ଲୋକଙ୍କ ସରଳତାର ସୁଯୋଗ ନେଇ ଗତ ୫ ବର୍ଷ ଧରି ଠକି ଚାଲିଥିବା ଠକ ଗିରଫ, ୧୩୭ ବାଇକ, ୧୨୮ ମୋବାଇଲ, ଜାଲ ଡକ୍ୟୁମେଣ୍ଟ ଜବତ 

IMG-20260612-WA0041
Share

 

ପାରଳାଖେମୁଣ୍ଡି:୧୨/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଲୋକଙ୍କ ସରଳତାର ସୁଯୋଗ ନେଇ ଗତ ୫ ବର୍ଷ ଧରି ଠକି ଚାଲିଥିବା ଏକ ଠକକୁ ଗଜପତି ପୋଲିସ ଗିରଫ କରିଛନ୍ତି. ଉକ୍ତ ଠକ ଠାରୁ ୧୩୭ ବାଇକ, ୧୨୮ ମୋବାଇଲ, ଜାଲ ଡକ୍ୟୁମେଣ୍ଟ ଆଦି ପୋଲିସ ଜବତ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଅଡ଼ବା ଗ୍ରାମର କେ.ରବୀନ୍ଦ୍ର ରେଡ୍ଡି ନାମକ ଠକକୁ ମୋହନା ଗ୍ରାମର ଚନ୍ଦ୍ରଶେଖର ଦାସଙ୍କ ଅଭିଯୋଗକୁ ଭିତ୍ତି କରି ଅଡ଼ବା ପୁଲିସ ରା.ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ବରେ ଗିରଫ କରାଯାଇଛି. ତାଙ୍କ ଘର ଚଢଉ କରି ପୋଲିସ ନଗଦ ୩ ଲକ୍ଷ ୬୧ ହଜାର ୨ଶହ ଟଙ୍କା, ୧୩୭ଟି ବାଇକ୍, ୧୨୮ଟି ମୋବାଇଲ୍, ଷ୍ଟାମ୍ପପେପର ଓ ଏଗ୍ରିମେଣ୍ଟପେପର ପ୍ରଭୃତି ଜବତ କରିଥିଲା । ନିରୀହ ଲୋକଙ୍କୁ ଠକିବା, ବିଶ୍ବାସଘାତକତା କରିବା, ଜାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା, ଫୌଜଦାରୀ କାର୍ଯ୍ୟକଳାପରେ ଜଡ଼ିତ ରହିବା ଅଭିଯୋଗରେ ଅଡ଼ବା ଥାନାରେ କେସ୍ ନଂ-୧୨୪/୨୦୨୬ରେ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଚଳାଇଛି। ସୂଚନାନୁଯାୟୀ, ମିଛ ପ୍ରତିଶ୍ରୁତିଦେଇ ମୂଲ୍ୟବାନ ସାମଗ୍ରୀ ହାତେଇବା, ବନ୍ଧକ ଋଣ ଦେବାକୁ କହି ମୂଲ୍ୟବାନ ବସ୍ତୁ ନେଇ କମ୍ ଟଙ୍କା ଋଣ ଆକାରରେ ଦେବା ଓ ଠିକଣା ସମୟରେ ପ୍ରକୃତ ମାଲିକଙ୍କୁ ସେମାନଙ୍କ ବନ୍ଧକ ଜିନିଷ ନଫେରାଇବା ଆଦି ରବୀନ୍ଦ୍ର ରେଡ୍ଡୀଙ୍କ ନିୟମିତ କାର୍ଯ୍ୟ ଥିଲା ସେ ଗତ ୫ ବର୍ଷ ଧରି ଲୋକଙ୍କୁ ଏପରି ଠକି ଚାଲିଥିଲା। ଅଭିଯୋଗକାରୀ ଚନ୍ଦ୍ରଶେଖର ଦାସ ନିଜର ୯୦ ହଜାର ଟଙ୍କିଆ ମୋଟରସାଇକଲ (ଓଆର-୦୭ଏଏନ-୮୮୪୦)କୁ ବନ୍ଧକ ଦେଇ ୨୦ ହଜାର ଟଙ୍କା ଋଣ ନେବା ପରେ ଓ ଟଙ୍କା ଫେରସ୍ତ ସମୟରେ ନିଜର ବନ୍ଧକ ଗାଡ଼ି ସହ ଓରିଜିନାଲ ଡକ୍ୟୁମେଣ୍ଟ ଫେରି ନପାଇବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ପରେ ଏହି ଠକେଇ ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ଭିତ୍ତି କରି ବିଭିନ୍ନ ତଦନ୍ତ ପରେ ପୋଲିସ ଏହି ଠକକୁ ଗିରଫ କରିବାରେ ସଫଳ ହୋଇଛନ୍ତି.

You may have missed