June 12, 2026

ରାମନାଗୁଡ଼ାରେ ଏସଆଇଆର-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ

IMG-20260612-WA0020
Share

 

ରାୟଗଡ଼,(ସୁରେନ୍ଦ୍ର ମହାନ୍ତି )୧୧ ଜୁନ: ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଆଜି ରାମନାଗୁଡ଼ା ବ୍ଲକ ଗସ୍ତ କରି ଏସଆଇଆର-୨୦୨୬ (Special Intensive Revision) ଅନ୍ତର୍ଗତ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

 

ଗସ୍ତ ସମୟରେ ଜିଲ୍ଲାପାଳ କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନର ସ୍ଥିତି ପରିଦର୍ଶନ କରିବା ସହ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ବିଭିନ୍ନ ଦିଗ ଉପରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଏନ୍ୟୁମେରେସନ ଫର୍ମ ବଣ୍ଟନ, ତଥ୍ୟର ଡିଜିଟାଇଜେସନ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ (SVEEP)ର ଅଗ୍ରଗତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

 

ଏହି ସମୀକ୍ଷା ବୈଠକରେ ଗୁଣପୁର ଉପ-ଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲୀପ ଏବଂ ରାମନାଗୁଡ଼ା ଏଇଇଆରଓ (AERO) ତଥା ବିଡିଓ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ଉପସ୍ଥିତ ରହି ଚାଲିଥିବା କାର୍ଯ୍ୟଗୁଡ଼ିକର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।

 

ସମୀକ୍ଷା ବୈଠକରେ ଏସଆଇଆର-୨୦୨୬ ପ୍ରକ୍ରିୟାର ସମୟାନୁବର୍ତ୍ତୀ, ତ୍ରୁଟିମୁକ୍ତ ଓ ଗୁଣାତ୍ମକ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଫଳତାର ସହ ସମ୍ପନ୍ନ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।