June 12, 2026

ଗ୍ରାମ ଜନ ଅଭିଯୋଗ ଶୁଣାଣୀ ରେ ବିଧାୟକ ରୁପେଶ ପାଣିଗ୍ରାହୀ

IMG-20260612-WA0019
Share

 

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ଠାରେ ଆଜି ଜନ ଅଭିଯୋଗ ଶୁଣାଣୀ ରେ ସାମିଲ ହେଲେ ବିଧାୟକ ରୁପେଷ ପାଣିଗ୍ରାହୀ, ପ୍ରାୟ 20 ରୁ 25 ଜଣ ଙ୍କ ଅଭିଯୋଗ ଶୁଣିଲେ ବିଧାୟକ ମୁଖ୍ୟତଃ 3 ମାସ ହେଲା ଭୋର୍ତା ନ ପାଇ ବହୁତ କଷ୍ଟ ଅନୁଭବ କରୁଅଛୁ ସେହି ଭତ୍ତା ଟଙ୍କାରେ ଔଷଧ କିଣୁ ଥିଲୁ କିନ୍ତୁ ଭତ୍ତା ଟଙ୍କା 3 ମାସ ହେଲା ନ ପାଇ ଆମେ ଚା ମଧ୍ୟ ପିଇ ପାରୁନାହୁଁ ବୋଲି ବିଧାୟକ ଙ୍କୁ ଅଭିଯୋଗ କଲେ ବିଧାୟକ ସେମାନଙ୍କ ଦୁଃଖ ବୁଝିବା ପାଇ ଚର୍ଚ୍ଚ ନିକଟରେ ବସି ସମସ୍ୟା ପଚାରିଲେ | ସେମାନଙ୍କ ମଧ୍ୟରୁ ଜଣେ 80 ବର୍ଷ ର ବୃଦ୍ଧି ସାରଳା ସିଂ କହିଲେ ମୋତେ 80 ବର୍ଷ ହଉଛି କିନ୍ତୁ ଆଜି ପର୍ଯ୍ୟନ୍ତ 3500 ଟଙ୍କା ନ ପାଇବା ବିଧାୟକ ଆଗରେ ଗୁହାରି କହିଲେ ବିଧାୟକ ତୁରନ୍ତ ସେହି ଜାଗାରୁ ପରିଡ଼ା ପଞ୍ଚାୟତ ଗ୍ରାମସେବକ ଚନ୍ଦ୍ର ରାଓ ଙ୍କୁ କଲ୍ କରି ଭତ୍ତା ଟଙ୍କା 3 ମାସ ହେଲା ନ ଆସିବାର କାରଣ ପଚାରିଲେ ଗ୍ରାମସେବକ ରାଜ୍ୟ ରୁ 3 ମାସ ହେଲା ଭତ୍ତା ଟଙ୍କା ଆମ ପଞ୍ଚାୟତ କୁ ଆସିନି କହିଲେ | ବିଧାୟକ ବୃଦ୍ଧା ବୃଦ୍ଧି ମାନଙ୍କୁ ଆଶ୍ଵାସନା ଦେଇ କହିଲେ ମୁଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିବି ତୁରନ୍ତ ଭତ୍ତା ଟଙ୍କା ପାଇବ ଆଉ କିଛି ଦିନ ଧର୍ଯ୍ୟ ଧରନ୍ତୁ କହିଲେ ପାରଳା ବିଧାୟକ ଗ୍ରାମର କେତେକ ଯୁବା ବିଧାୟକ ଙ୍କୁ ଏକ ଖେଳ ପଡ଼ିଆ ପାଇ ଅନୁରୋଧ କରିଲେ ବିଧାୟକ ସରକାରୀ ଜାଗା ଯଦି ଅଛି କୁହନ୍ତୁ ଆମେ ଜିଲ୍ଲାପାଳ ଙ୍କୁ ମୁଁ ଚିଠି କରିବି ତହସିଲଦାର ଙ୍କୁ କହିକି ଆମେ ଖେଳ ପଡ଼ିଆ କରିବା କହିଲେ ପାରଳା ବିଧାୟକ । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ଗ୍ରାମର ଦାମଦର ନାୟକ, ଵାଲାରାଜୁ ମିଶାଲ , ଉତ୍ତମ, ଉଜ୍ୱଳ ପ୍ରମୁଖ ସହ ଅନେକ ଯୁବକ ମାନେ ଉପସ୍ଥିତ ଥିଲେ