ପୁରୀ ଉପକଣ୍ଠ ରେ ଅନୁଷ୍ଠିତ ହେବ ପ୍ରଥମ ଶ୍ରୀକ୍ଷେତ୍ର ରଜରାଣୀ ମହୋତ୍ସବ
ଶ୍ରୀକ୍ଷେତ୍ର ରଜରାଣୀ ମହୋତ୍ସବ ସମିତି ପକ୍ଷରୁ ଆସନ୍ତା ରଜ ମହୋତ୍ସବ ପାଇଁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ପୁରୀ ହୁଳୁ ହୁଳିଆ ପୋଲ ନିକଟସ୍ଥ କ୍ରିଷ୍ଣା ଗାର୍ଡେନ ପରିସର ରେ ଅନୁଷ୍ଠିତ ବୈଠକ ରେ ପୁରୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଶ୍ରୀକ୍ଷେତ୍ର ରଜ ରାଣୀ ମହୋତ୍ସବ ସମିତି ” ପକ୍ଷରୁ ଆସନ୍ତା ଜୁନ୍୧୪,୧୫,୧୬ ତିନି ଦିନ ଧରି ରଜ ମହୋତ୍ସବ ଧୂମଧାମ ରେ ପାଳନ କରାଯିବ ବୋଲି ସମିତି ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମ ରେ ସୂଚନା ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅନୁଷ୍ଠାନ ର ଉପଦେଷ୍ଟା ମନୋଜ ରଥ,ବିଜୟ କୃଷ୍ଣ ବ୍ରହ୍ମା,ସୁକାନ୍ତ ପଣ୍ଡା, ଭାରତିକୃଷ୍ଣ ବ୍ରହ୍ମା,ଦେବଦତ୍ତ ପଟ୍ଟନାୟକ,ଆବାହକ ରୋନକ ପଟ୍ଟନାୟକ ,ମୁଖ୍ୟ ସଂଯୋଜକ ଦିବ୍ୟ ଜ୍ୟୋତି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଥିଲେ ।ତିନି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ରେ ଦୋଳି,ପୁଚି,ମ୍ୟୁଜିକ ଚେୟାର, ଝୋଟି, ଓଡ଼ିଆ ପିଠା ପଣା,ମେହେନ୍ଦି ପ୍ରତିଯୋଗିତା ସହ ପ୍ରତ୍ୟେକ ଦିନ ଓଡ଼ିଶୀ,ଲୋକନୃତ୍ୟ, ରଜ ସଙ୍ଗୀତ ଓ ଆଧୁନିକ ନୃତ୍ୟ ପ୍ରଦର୍ଶିତ ହେବ ।ଏହି ମହୋତ୍ସବ ରେ ଓଲିଉଡ ର ସ୍ୱନାମଧନ୍ୟ ଅଭିନେତା ଅଭିନେତ୍ରୀମାନେ ଅଂଶଗ୍ରହଣ କରିବେ। ପ୍ରଚ୍ଛଦ ପଟ ଗାୟକ, ଗାଇକା ଙ୍କ ସଙ୍ଗୀତ ସହ ନୃତ୍ୟ ପ୍ରଦର୍ଶନ କରାଯିବ ।ଓଲିଉଡ ର ପ୍ରସିଦ୍ଧ ଗାୟିକା ନବ୍ୟା ଜୟତି, ରସ ଜାମୁଡାଲି ର ପ୍ରସିଦ୍ଧ ସନ୍ଧ୍ୟାରାଣୀ ଓ ସିଦ୍ଧେଶ ବ୍ୟାଣ୍ଡ ଯୋଗ ଦେଇ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ ।ମହୋତ୍ସବ ର ମୁଖ୍ୟ ଆକର୍ଷଣ “ରଜ ରାଣୀ” ବିଜେତା ଙ୍କୁ ଆକର୍ଷଣୀୟ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରାଯାଇଛି ।ଏହାଛଡା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ । ପ୍ରାରମ୍ଭ ରେ ଆଜିର କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ଆଧୁନିକ ନୃତ୍ୟ , ଡୁଏଟ ,ଦଳଗତ ନୃତ୍ୟ,ଫ୍ୟାସନ ସୋ ,ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।
ପୁରୀ ସହର ତଳି ଅଞ୍ଚଳ ରେ ଅନୁଷ୍ଠିତ ଏହିଭଳି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଜନସାଧାରଣ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
