July 30, 2026

ରାସ୍ତା ଉପରକୁ ଢଳି ରହିଛି ବିଦ୍ଯୁତ୍ ଖୁଣ୍ଟ , ଯାତାୟତରେ ସୃଷ୍ଟି କରୁଛି ସମସ୍ଯା, ପ୍ରତିକାର ଦାବି 

IMG-20260608-WA0045
Share

ବୁଗୁଡ଼ା : ତା ୦୮/୦୬/୨୬ : ଗତ ୩ ତାରିଖ ଅପରାହ୍ନରେ ବୁଗୁଡ଼ା ସହରରେ କାଳବୈଶାଖି ତାଣ୍ଡବ ରଚିଥିଲା। ସହର ମଧ୍ୟରେ ଥିବା ଅନେକ ଗଛ ଭାଙ୍ଗିରୁଜି ରାସ୍ତା ଅବରୋଧ ହୋଇଥିଲା ଏବଂ ଅନେକ ବିଦ୍ଯୁତ୍ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡି ବିଦ୍ଯୁତ୍ ଯୋଗାଣ ବ୍ଯବସ୍ଥା ଠପ୍ ହୋଇଯାଇଥିଲା। ସେହି କାଳବୈଶାଖି ତାଣ୍ଡବ କାଳରେ ଶକ୍ତିନଗର କେନାଲ ସାହିରେ ଅନେକ ଗଛ ସହ ଏକ ବତୀଖୁଣ୍ଟ ଉପୁଡି ଯାଇ ସାମନାରେ ଥିବା ଘର ଉପରେ ପଡିବା ସହ ରାସ୍ତା ଉପରକୁ ଢଳି ରହିଥିଲା । ପର ମୁହୂର୍ତ୍ତରେ ଉପୁଡି ପଡିଥିବା ଗଛ ଗଛଗୁଡ଼ିକୁ ଦମକଳବାହିନୀ କାଟି ରାସ୍ତା ସଫା କରିଥିଲା ବେଳେ ରାସ୍ତା ଉପରକୁ ଢଳି ରହିଥିବା ବିଦ୍ଯୁତ୍ ଖୁଣ୍ଟକୁ ସଜାଡିବାକୁ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ କରାଯାଇନଥିଲା । ଯାହା ଫଳରେ ଲୋକଙ୍କ ଯାତାୟାତରେ ଅସୁବିଧାର କାରଣ ପାଲଟିଛି। ଏ ମଧ୍ୟରେ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ଲୋକଙ୍କ ସମସ୍ୟା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏଣୁ ଏନ୍ଏସି କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ସାଧାରଣରେ ଦାବି ହେଉଛି।