June 8, 2026

ସାଇଭକ୍ତ ଯୁଗଳ ଚରଣ ଦାଶଙ୍କ ଆକସ୍ମିକ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା 

IMG-20260607-WA0065
Share

 

ବୁଗୁଡା : ତା ୦୭/୦୬/୨୬ : ସ୍ଥାନୀୟ ସତ୍ଯସାଇ ସେବା ସମିତିର ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରାକ୍ତନ ଆବାହକ ଯୁଗଳ ଚରଣ ଦାଶ(୬୫)ଙ୍କ ଆକସ୍ମିକ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ରବିବାର ସକାଳେ ସେ ତାଙ୍କର ସିମାଞ୍ଚଳ ମାର୍ଗସ୍ଥିତ ବାସଭବନରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ଯୁ ଖବର ପ୍ରଚାରିତ ହେବା ପରେ ସାହିବାସିନ୍ଦା ଏବଂ ସତ୍ଯସାଇ ସେବା ସମିତିର ସଦସ୍ୟଗଣ ତାଙ୍କ ବାସଭବନକୁ ଅନ୍ତିମ ଦର୍ଶନ ସହ ତାଙ୍କର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେ ଜଣେ ଉତ୍ତମ ଭଜନ ଗାୟକ ସାଙ୍ଗକୁ ସମାଜସେବୀ ଓ ମେଳାପୀ ବ୍ଯକ୍ତି ଥିଲେ। ତାଙ୍କର ମୃତ୍ଯୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

You may have missed