କୋଟପାଡ଼ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି: ୫୮ ଅଭିଯୋଗର ଶୁଣାଣି, ୭ଟିର ଘଟଣାସ୍ଥଳରେ ସମାଧାନ

*କୋଟପାଡ଼, ୦୧.୦୬.୨୬:* କୋଟପାଡ଼ ବ୍ଲକ ସଭାଗୃହ ଠାରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଜନଶୁଣାଣି କରିଥିଲେ।
ଆଜିର ଶିବିରରେ *ମୋଟ ୫୮ ଗୋଟି ଅଭିଯୋଗ* ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ *୪୦ ଟି ସାମୁହିକ ଅଭିଯୋଗ* ଓ *୧୮ ଟି ବ୍ୟକ୍ତିଗତ ଅଭିଯୋଗ* ରହିଥିଲା। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସମସ୍ୟା ଶୁଣି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ। *୭ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଥିଲା।*
ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର, ଆଇ.ଏ.ଏସ. ପ୍ରୋବେସନର ଅନୁପ ନାୟକ, ଜୟପୁର ଉପଜିଲ୍ଲାପାଳ ଯଦୁମଣି ନାୟକ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, କୋଟପାଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ଧ୍ୟା ସାମର୍ଥ,ଆଇ ଟି ଡ଼ି ଏ ପି ଏ ଶ୍ରୀମତୀ ତୃପ୍ତି ବରେଇ. ତହସିଲଦାର ଟ୍ୱିଙ୍କିଲ ସେଠି. ଡ଼ି ଏଫ ଓ ପ୍ରଶାନ୍ତ ପଟେଲ.d w o ସୁନୀଲ ତାଣ୍ଡି ଇଓ ସନିଆ ନାଇକ ଙ୍କ ସମେତ ବ୍ଲକ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
