ଦେହବ୍ୟବସାୟ ରାକେଟ୍ କୁ ଠାବ କଲା ତିର୍ତ୍ତୋଲ ପୋଲିସ , ୪ ଜଣ ଗିରଫ,ପୀଡିତା ଉଦ୍ଧାର…..

ତିର୍ତୋଲ – ୧୬/୦୪/୨୦୨୬
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତିର୍ତୋଲ ମୁଣ୍ଡାସାହି ଅଞ୍ଚଳରେ ଚାଲୁଥିବା ଗୋଟିଏ ଗୁପ୍ତ ଦେହବ୍ୟବସାୟ ରାକେଟ୍କୁ ଉପରେ ପୋଲିସ ହଠାତ୍ ଚଢ଼ାଉ କରିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ପୀଡିତାଙ୍କୁ ଉଦ୍ଧାର କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ୧୨ ଏପ୍ରିଲ ଦିନ ଦୁଇ ପପ୍ରହର ସମୟରେ ଏକ ଘରେ ସଂଗଠିତ ଭାବେ ଦେହବ୍ୟବସାୟ ଚାଲୁଥିବା ବିଷୟରେ ଗୁପ୍ତ ସୂଚନା ପୋଲିସ କୁ ମିଳିଥିଲା । ସୂଚନାକୁ ଗୁରୁତ୍ୱ ଦେଇ ପୋଲିସ ଶୀଘ୍ର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ଏବଂ ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତିରେ ଯୋଜନାବଦ୍ଧ ଭାବରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଘର ଭିତରେ ଅସଂଜତ ଅବସ୍ଥାରେ ଜଣେ ପୁରୁଷ ଓ ଜଣେ ମହିଳା ଧରାପଡ଼ିଥିଲେ । ତଦନ୍ତ ସମୟରେ ଏହା ଏକ ସଂଗଠିତ ରାକେଟ୍ ଥିବା ସ୍ପଷ୍ଟ ହୋଇଥିଲା ।ଯେଉଁଠାରେ ଅନ୍ୟାନ୍ୟ ସହଯୋଗୀ ମାନେ ମଧ୍ୟ ସଂପୃକ୍ତ ଥିଲେ । ପୋଲିସ ତତକ୍ଷଣାତ୍ ପୀଡିତାଙ୍କୁ ସୁରକ୍ଷାରେ ନେଇ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଥିଲେ ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ବିଶ୍ୱଜିତ କନ୍ଥ, ରଞ୍ଜନ ମଲ୍ଲିକ, ଶାନ୍ତିଲତା ଭୋଳ ଓ ନବଘନ ଭୋଳ । ପଚରା ଉଚରା ସମୟରେ ମୁଖ୍ୟ ଅଭିଯୁକ୍ତ ଶାନ୍ତିଲତା ଭୋଳ ମହିଳାମାନଙ୍କୁ ଆଣି ଗ୍ରାହକଙ୍କ ସହ ଯୋଡ଼ି ଦେଇ ପ୍ରତି ଗ୍ରାହକ ପାଖରୁ ପ୍ରାୟ ୭୦୦ ଟଙ୍କା ଆଦାୟ କରୁଥିବା କଥା ସ୍ୱୀକାର କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ମୋବାଇଲ ଫୋନ, ନଗଦ ଟଙ୍କା, କଣ୍ଡମ, ସିଗାରେଟ ପ୍ୟାକେଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ସେଥିରେ ବ୍ୟବହାର ହେଉଥିବା ଏକ ହୋଣ୍ଡା ଆଭିଏଟର ଗାଡ଼ି ମଧ୍ୟ ଜବତ ହୋଇଛି, ଯାହା ଏହି ରାକେଟ୍ରେ ବ୍ୟବହୃତ ହେଉଥିବା ସନ୍ଦେହ କରାଯାଉଛି । ଉଦ୍ଧାର ହୋଇଥିବା ପୀଡିତାଙ୍କୁ ଡାକ୍ତରୀ ମାଇନ। ପାଇଁ ପଠାଯାଇଥିବା ବେଳେ ତାଙ୍କୁ ସୁରକ୍ଷିତ ରଖାଯାଇଛି । ଏହି ଘଟଣାକୁ ନେଇ ତିର୍ତ୍ତୋଲ ଥାନାରେ ମାମଲା ରୁଜୁ ହୋଇଥିବା ସହ ବେଶ୍ୟାବୃତ୍ତି ନିବାରଣ ଆଇନ ଅନୁସାରେ ତଦନ୍ତ ଚାଲିଛି । ପୋଲିସ ଏହି ରାକେଟ୍ରେ ଆହୁରି କିଏ କିଏ ଜଡିତ ଅଛନ୍ତି, ସେଥିପାଇଁ ତଦନ୍ତକୁ ଚାଲୁ ରଖିଛି ତିର୍ତୋଲ ପୋଲିସ l
