April 24, 2026

ତିର୍ତ୍ତୋଲ ଦଣ୍ଡପାସିକ ମହାସଂଘ ତରଫରୁ ବାବାସାହେବ ଙ୍କ ଜନ୍ମଜୟନ୍ତୀ ପାଳିତ !!

IMG-20260415-WA0132
Share

 

ତିର୍ତ୍ତୋଲ ତା୧୪/୦୪/୨୬

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ସାରା ଦେଶ ପାଳନ କରୁଥିବା ବେଳେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକର “ଦଣ୍ଡପାସିକ ମହାସଂଘ ” ର ଆନୁକୂଲ୍ୟରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଦେଶବାସୀଙ୍କ ପ୍ରତି ବାବାସାହେବ ଙ୍କ ଅତୁଳନୀୟ ଅବଦାନ ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ବିଷୟରେ ଆମନ୍ତ୍ରିତ ଅତିଥିମାନେ ମତ ମନ୍ତବ୍ୟ ପ୍ରଦାନ କରିଥିଲେ l ଏହି ସମାରୋହ ଟି ଭାଇ ସୁଦର୍ଶନ ମଲ୍ଲିକ ଙ୍କ ଆହ୍ୱାନରେ ଏବଂ ବରିଷ୍ଠ ଆମ୍ବେଦକର ବାଦୀ ବାବାଜୀ ଚରଣ ମଲ୍ଲିକ ଙ୍କ ସଭାପତିତ୍ୱ ରେ ପରିଚାଳିତ ହୋଇଥିବା ବେଳେ, ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ, ତିର୍ତ୍ତୋଲ ର ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର l ମୁଖ୍ୟ ବକ୍ତାଭାବେ ଆସନ ମଣ୍ଡନ କରିଥିଲେ ଅଖିଳ ଭାରତୀୟ ଚାଷୀ ମୁଲିଆ ସଂଘ ର ଜିଲ୍ଲା ସଭାପତି ବେଦଦ୍ୟୁତି ପୃଷ୍ଟି l ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ର ସମିତି ସଭ୍ୟ ପ୍ରବୀର କୁମାର ରାୟ, ମହିଳା ଗ୍ରୁପ ସିଆରସି ମାନସୀ ମଲ୍ଲିକ ଥିବା ବେଳେ, ବରେଣ୍ୟ ଅତିଥି ଥିଲେ ଦଣ୍ଡପାସିକ ମହାସଙ୍ଘର ସଭାପତି ତଥା ଅବସରପ୍ରାପ୍ତ ସେନାଧିକାରୀ ଶିବ ଚରଣ ମଲ୍ଲିକ ଓ ବିଶେଷ ଅତିଥି ଥିଲେ ବିଚିତ୍ରା ନନ୍ଦ ମଲ୍ଲିକ l ଅନ୍ୟ ମାନଙ୍କ ମଧ୍ୟରେ ଦଣ୍ଡପାସିକ ମହାସଂଘ ର ସମ୍ପାଦକ ଶାନ୍ତନୁ ମଲ୍ଲିକ, ମୁରଲୀଧର ସେଠୀ, ରବୀନ୍ଦ୍ର କୁମାର ମଲ୍ଲିକ, ରାଜକିଶୋର ମଲ୍ଲିକ, ସଞ୍ଜୟ ଘଡେଇ, ସମୀର ଦାସ, ଅରୁଣ କୁମାର ଦାସ, ଅରକ୍ଷିତ ଦାସ ପ୍ରମୁଖ ଆହୁରି ଅନେକ ଯୋଗ ଦେଇ ନିଜ ନିଜର ମତ ପ୍ରଦାନ କରିଥିଲେ l ଏହି ଅବସରରେ ବିଭିନ୍ନ କାର୍ଯ୍ୟ ଦକ୍ଷତା ପାଇଁ ଶ୍ରୀ ଜଗନ୍ନାଥ ପ୍ରଡକ୍ସନ ଗ୍ରୁପ, ଆଶୁତୋଷ ପ୍ରଡକ୍ସନ ଗ୍ରୁପ, ଶାରଳା ଏସ. ଏଚ. ଜି., ଈଶ୍ୱରୀ ଏସ. ଏଚ. ଜି., ଏବଂ ବନବିହାରୀ ଏସ. ଏଚ. ଜି.ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ଭାଗବତ ପ୍ରସାଦ l