April 25, 2026
ajiro khabar
Share

 

 

୧-ଭୁବନେଶ୍ୱର:ରାଜଭବନ ପ୍ରାଥମିକ ସ୍କୁଲରେ କୁନି କୁନି ପିଲାମାନଙ୍କ ସହ ମିଶିଲେ ମୁଖ୍ୟମନ୍ତ୍ରୀ,ଭାବ ବିନିମୟ କଲେ, ଜଗନ୍ନାଥ ଜଣାଣ, ଗାୟତ୍ରୀ ମନ୍ତ୍ର ଓ ଗଣେଶଙ୍କ ମନ୍ତ୍ର ଜପ କଲେ ପିଲାମାନେ।

 

୨-ଭୁବନେଶ୍ୱର:ଗଣମାଧ୍ୟମକୁ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର।

 

୩-କ୍ଷୁଧାମୁକ୍ତ ଓଡ଼ିଶା ପାଇଁ ମୋହନଙ୍କ ନୂଆ ଯୋଜନା:ମାସକୁ ଅତିରିକ୍ତ ୫ କେଜି ଚାଉଳ ମିଳିବ।

 

୪-ଏଥର ମେଡିକାଲ, ଇଂଞ୍ଜିନିୟରିଂ ନାମଲେଖାରେ ରହିବ ୫୦% ସଂରକ୍ଷଣ।STଙ୍କୁ ୨୨.୫%,SCଙ୍କୁ ୧୬.୨୫% ଓ SEBCଙ୍କୁ ୧୧.୨୫% ମିଳିବ ସଂରକ୍ଷଣ।

 

୫-ଭୁବନେଶ୍ୱର:ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ ଏନ୍‌ସିଇଆରଟି ବହି ପଢ଼ାଯିବା ବାଧ୍ୟତାମୂଳକ ହେବ ।ବହି ବିକ୍ରି ନାଁରେ ଅଭିଭାବକଙ୍କ ପକେଟ୍ କାଟୁଥିବା ସ୍କୁଲଗୁଡ଼ିକୁ ଚେତାବନୀ ।

 

୬-ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ଗ୍ରାଉଣ୍ଡ ପ୍ଲାନ୍; ଅକ୍ଟୋବରରୁ ବିଭିନ୍ନ ଜିଲ୍ଲା ବୁଲିବେ ନବୀନ।

 

୭-ଜଗତସିଂହପୁରରେ ଚାକିରି ଦେବା ନାଁରେ ବଡ଼ ଠକେଇ; ମାଷ୍ଟରମାଇଣ୍ଡ ସମେତ ୫ ଗିରଫ, ରାଜ୍ୟ ବାହାରର ଯୁବକଙ୍କୁ ଟାର୍ଗେଟ।

 

୮-ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ଶଯ୍ୟା ସଂରକ୍ଷିତ ରଖ:ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ।

 

୯-ଭୁବନେଶ୍ୱର: ବିଭିନ୍ନ ବିଶ୍ୱବିଦ୍ୟାଳୟ ନିଯୁକ୍ତ ହେବେ ୧୪୦୦ ଅଧ୍ୟାପକ।

 

୧୦-ଚାନ୍ଦବାଲିରେ କାଳବୈଶାଖୀ ତାଣ୍ଡବ, ବର୍ଷା- ପବନରେ ଉପୁଡ଼ିଲା ଗଛ।

 

୧୧-ଆରଡ଼ି:ଯାତ୍ରା ଦେଖୁଥିଲେ ପରିବାର ଲୋକେ; ଘରୁ ଲୁଟିନେଲେ ୬୦ଲକ୍ଷରୁ ସୁନା ଓ ନଗଦଟଙ୍କା।

 

୧୨-ମଦ୍ୟପାନ କରି ବସ ଚଳାଇବା ପଡିଲା ମହଙ୍ଗା, ହରିହର ବସ୍ ଡ୍ରାଇଭରଙ୍କ ଡିଏଲ୍ ବାତିଲ ସହ ଲାଗିଲା ଜରିମାନା।

 

୧୩-ଭଦ୍ରକ:ଧାମନଗରରେ ଅଘଟଣ; ରାସ୍ତାକଡକୁ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୪ ଜଣ।

 

୧୪-ଭାରତ ଓ ପାକିସ୍ତାନର ଆକାଶରେ ୧ହଜାର କିମିର ବିଶାଳ ମେଘମାଳା, ଚିନ୍ତା ବଢ଼ାଇଲା ଭାରତୀୟ ପାଣିପାଗ ବିଭାଗର ସାଟେଲାଇଟ୍ ଚିତ୍ର।

 

୧୫-ନୂଆଦିଲ୍ଲୀ:ଆଇଡି କାର୍ଡ ଦେଖାଅ ୫ କେଜିର ସିଲିଣ୍ଡର ନେଇଯାଅ; ଆସିଲା ନୂଆ ନିୟମ।

 

୧୬-ସମୀର ରିଜଭିଙ୍କ ବିସ୍ଫୋରକ ବ୍ୟାଟିଂ, ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ବିଜୟ।

 

୧୭-IPL:ଗୋଟିଏ ଦିନରେ ଦୁଇ ଅଧିନାୟକ ଆହତ, ବାଦ୍ ପଡ଼ିଲେ ଶୁଭମନ-ହାର୍ଦ୍ଦିକ।

 

୧୮-ଅହମଦାବାଦ:ଜୁରେଲ,ଜୈଶ୍ବାଲଙ୍କ ଅର୍ଦ୍ଧ ଶତକ, ରାଜସ୍ଥାନ ୬ ରନ୍ ରେ ବିଜୟୀ।

 

୧୯-ଆଜି ଚେନ୍ନାଇ -ବେଙ୍ଗାଲୁର ମୁକାବିଲା। ହାଇଦ୍ରାବାଦକୁ ଭେଟିବ ଲକ୍ଷ୍ନୌ।

 

୨୦-ଆସାମ: ନିର୍ବାଚନରେ ବିଜେପି ଜିତିଲେ ମାଗଣା ଏଲପିଜି ସିଲିଣ୍ଡର ଦେବ।ବିହୁ ପୂର୍ବରୁ ଏବଂ ଅନ୍ୟଟି ଦୁର୍ଗା ପୂଜା ପୂର୍ବରୁ।

 

୨୧-ଇରାନର ବୁଶହର ପରମାଣୁ କେନ୍ଦ୍ର ନିକଟରେ ବିମାନ ଆକ୍ରମଣ : ଜଣେ ସୁରକ୍ଷାକର୍ମୀ ମୃତ।

 

୨୨-କୋଭିଡ୍ ପରେ ଚୀନକୁ ଘାରିଛି ନୂଆ ରୋଗର ଭୟ: କାୟା ମେଲାଉଛି ଘାତକ ‘SAT-1’ ସେରୋଟାଇପ୍।

 

୨୩-ତେହେରାନ:୧୨ ହଜାର ଟାର୍ଗେଟ ପରେ ବି ଅଟଳ ଇରାନ।ଏବେ ବି ୫୦% ମିସାଇଲ ଲଞ୍ଚର ସୁରକ୍ଷିତ।