June 14, 2026

ସ୍ତ୍ରୀକୁ ହତ୍ୟା କରି, ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ।

IMG-20260331-WA0041
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ଥାନା ଅନ୍ତର୍ଗତ, ସନ୍ୟାସ କୁଣ୍ଡାମାଲ ଗ୍ରାମରେ, ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ସନ୍ୟାସ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ ନାମକ ଜଣେ ବ୍ୟକ୍ତି ବିଷ ପିଇ ପଡ଼ିଥିବା ଦେଖି, କିଛି ସ୍ଥାନୀୟ ଲୋକେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ପ୍ରମୋଦଙ୍କ ଚେତା ଫେରିବା ପରେ ତାଙ୍କୁ ବିଷ ପିଇବାର କାରଣ ପଚରାଯିବାରୁ, ପ୍ରମୋଦ କହିଥିଲେ ଯେ’, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ କନ୍ଦଳ ଯୋଗୁଁ, ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଗାଁ ନିକଟସ୍ଥ କେନାଲରେ ଫିଙ୍ଗିଦେଇଥିଲେ ଏବଂ ନିଜେ ଆତ୍ମହତ୍ୟା କରିବାପାଇଁ ବିଷ ପିଇ ଦେଇଥିଲେ।ଏହି ଘଟଣା ଶୁଣିବା ପରେ ଜୁନାଗଡ଼ ପୋଲିସକୁ ଖବର ଦିଆଯାଇଥିଲା।ଜୁନାଗଡ଼ ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପ୍ରମୋଦଙ୍କୁ ପଚରା ଉଚୁରା କରିବା ପରେ ଏକ ହତ୍ୟା ଓ ଆତ୍ମହତ୍ୟା ମାମଲା ୠଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିବାବେଳେ, ପୋଲସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଘଟଣା ସ୍ଥଳରେ ଅନେକ ସମୟ ଛାନବିନ କଲାପରେ ମଧ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମୋଦଙ୍କ ସ୍ତ୍ରୀଙ୍କ ମୃତ ଦେହ କେନାଲ ମଧ୍ୟରୁ ମିଳିପାରିନଥିବା ନେଇ ପୋଲିସ ତରଫରୁ ସୂଚନା ମିଳିଛି।ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

You may have missed