ସକାଳର ଖବର
*╭───────────────────╮*
*🌄ସକାଳର ଖବର, ୨୫-ମେ-୨୦୨୩, ଗୁରୁବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସିଡ୍ନିଠାରେ ବ୍ୟବସାୟିକ ଗୋଲ୍ ଟେବୁଲ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୨-ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ନିତି ଆୟୋଗର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ l
➡️୩-ସମ୍ବଲପୁରରେ ଜମୁଛି ଶୀତଳଷଷ୍ଠୀ ଯାତ୍ରା । ରୀତିନୀତି ରେ ସମ୍ପନ୍ନ ହେଲା ଦେବ ବିବାହର ଅପୂର୍ବ ମୁହୁର୍ତ l ଘଣ୍ଟ ଘଣ୍ଟା ଧ୍ୱନିରେ ସହର କମ୍ପୁଥିବା ବେଳେ ଦୁଲୁୁୁଦୁଲି ବାଜା ଓ ନାଚରେ କମ୍ପିଲା ସବୁପଡା ।
➡️୪-ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା l ଆସନ୍ତାକାଲି ଠାରୁ ଜୁନ୍ ୧ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆରମ୍ଭ ହେବ ଫର୍ମ ଫିଲଅପ୍ l
➡️୫-ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା, ଏଣିକି ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା l ବର୍ଷକୁ ଥରେ ବୋର୍ଡ ପରୀକ୍ଷା ଦେବେ ପିଲା, ପୂର୍ବଭଳି ଆଉ ହେବନି ସମ୍ମେଟିଭ୍-୧ ଓ ୨ ପରୀକ୍ଷା ପ୍ରତି ୩ ମାସରେ ଥରେ ହେବ ଫର୍ମେଟିଭ ଆସେସ୍ମେଣ୍ଟ l
➡️୬-ଏଣିକି ଲକ୍ଷ୍ମୀ ସ୍କିମରେ ବ୍ଲକ୍ରୁ ପ୍ରତି ପଞ୍ଚାୟତକୁ ଯୋଡ଼ିବ ‘ମୋ ବସ୍’ ସେବା । ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ୬ଟି ଜିଲ୍ଲାରେ ଆରମ୍ଭ ହେବ ‘ମୋ ବସ୍’ ସେବା । ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି l
➡️୭-ଓଡିଶାବାସୀ ପାଇବେ ୯ ଲକ୍ଷ ଆବାସ ଘର, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ନିଷ୍ପତ୍ତି l ‘ଖୁବଶୀଘ୍ର ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର ବଣ୍ଟାଯିବ’ l
➡️୮-ମେ ୨୮ ତାରିଖରେ ନୂଆ ସଂସଦରେ ସ୍ଥାନ ପାଇବ ‘ସେଙ୍ଗୋଲ୍’ ବା ରାଜଦଣ୍ଡ , ବାଚସ୍ପତିଙ୍କ ଚେୟାର ନିକଟରେ ରହିବ ଇତିହାସର ପ୍ରତୀକ l ରାଜଦଣ୍ଡ ଭାରତୀୟ ସମ୍ରାଟର ଶକ୍ତି ଓ ଅଧିକାରର ପ୍ରତୀକ।
➡️୯-ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨ l ୩୦୫ କିଲୋମିଟର ବ୍ରହ୍ମପୁର ସହରକୁ ଯୋଡିବ ଜୟପୁର ସହ । ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଖର୍ଚ୍ଚ ହେବ ୭ହଜାର କୋଟି ଟଙ୍କା ।
➡️୧୦-ଏଣିକି ସମସ୍ତ ବ୍ଲକରେ ହେବ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ, ଓରମାସକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିର୍ଦ୍ଦେଶ ।
➡️୧୧-ଆଜି ବସିବ ବିଏମସିର ଷ୍ଟାଣ୍ଡିଂ କମିଟି ନିର୍ବାଚନ । ୩୧ତାରିଖ ରେ ହେବ କର୍ପୋରେସନ ବୈଠକ ।
➡️୧୨-ପୁଣି କାଳବୈଶାଖୀ ଅଟକାଇଲା ଟ୍ରେନ୍, ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଉପରେ ପଡ଼ିଲା ବିଶାଳ ଗଛ l
➡️୧୩-ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ କରିବେ ଶୁଭାରମ୍ଭ l
➡️୧୪-ଭତ୍ତା ନଗଦ ଦେବା ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
➡️୧୫-ଲୋକପ୍ରିୟ ଅଭିନେତା ନୀତେଶ ପାଣ୍ଡେଙ୍କ ୫୦ ବର୍ଷ ବୟସରେ ହୃଦଘାତରେ ହେଲା ମୃତ୍ୟୁ । ‘ଓମ୍ ଶାନ୍ତି ଓମ୍’, ‘ଅନୁପମା’ ଭଳି ଅନେକ ଚଳଚ୍ଚିତ୍ର ଓ ସିରିୟଲରେ ସେ ଅଭିନୟ କରିଛନ୍ତି।
➡️୧୬-ଖୁବଶୀଘ୍ର ଆସୁଛି ଭିନ୍ନ ସ୍ବାଦର ଓଡ଼ିଆ ଚଳଚ୍ଚିତ୍ର ‘ଖଇରୀ’, ନଜର ଆସିବେ ଏକାଧିକ ୟୁଟ୍ୟୁବର l
➡️୧୭-ଜିଓ ଟ୍ରୁ-୫ଜି ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ।
➡️୧୮-ତେଜୁଛି ନୂଆ ସଂସଦ ଭବନ ଉଦଘାଟନ ରାଜନୀତି : ଉତ୍ସବ ବର୍ଜନ ପାଇଁ କଂଗ୍ରେସ ସମେତ ୧୯ ବିରୋଧୀ ଦଳ କଲେ ଘୋଷଣା l
➡️୧୯-ବ୍ରିଟେନରେ ଭାରତୀୟ ମୁସଲିମଙ୍କୁ ମିଳିଲା ବଡ ପଦବୀ, ଗୁଜୁରାଟରେ ଜନ୍ମିତ ୟାକୁବ ପଟେଲ ହେଲେ ପ୍ରେଷ୍ଟନର ନୂଆ ମେୟର l
➡️୨୦-ଏଣିକି ବିଲ୍ କାଉଣ୍ଟରରେ ଦୋକାନୀ ଆପଣଙ୍କୁ ମୋବାଇଲ ନମ୍ବର ପଚାରି ପାରିବେ ନାହିଁ , ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର l
➡️୨୧-ପର୍ନଷ୍ଟାର ମାମଲାରେ ଟ୍ରମ୍ପ୍ଙ୍କ ବିରୋଧରେ ଆସନ୍ତାବର୍ଷ ମାର୍ଚ୍ଚ ୨୫ ତାରିଖ ରେ ହେବ ଶୁଣାଣି l
➡️୨୨-ଆଇପିଏଲ କ୍ବାଲିଫାୟର-୨ ମ୍ୟାଚ ରେ ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୮୧ ରନ୍ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଷଷ୍ଠ ଆଇପିଏଲ୍ ଟ୍ରଫି ନିକଟତର ହେଲା l
➡️୨୩-ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା । ଆଇପିଏଲ୍ ଇତିହାସରେ ୧୫୦ ଓ୍ୱିକେଟ୍ ନେବାରେ ସାଜିଲେ ପ୍ରଥମ ବୋଲର ।
➡️୨୪-ଆଇପିଏଲ୍ କ୍ବାଲିଫାୟର-୧ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମ୍ୟାଚ୍ର ଡିଜିଟାଲ୍ ଦର୍ଶକଙ୍କ କ୍ଷେତ୍ରରେ ସୃଷ୍ଟି ହେଲା ନୂଆ କୀର୍ତ୍ତିମାନ l ମ୍ୟାଚ୍ ପ୍ରସାରଣକାରୀ ଆପ୍ ଜିଓ ସିନେମାରେ ଏହି ମ୍ୟାଚ୍ ବେଳେ ଡିଜିଟାଲ୍ ଦର୍ଶକଙ୍କ ସଂଖ୍ୟା ଅଢ଼େଇ କୋଟି କଲା ପାର୍ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଶୀତଳ ଷଷ୍ଠୀ ll*
*🔅ଆଜି ନିଖୋଜ ଶିଶୁ ଦିବସ ll*
*🔅ଆଜି ବିପ୍ଳବ ଦିବସ ll*
*🔅ଆଜି ଜାତୀୟ ମଦ ଦିବସ ll*
*🔅ଆଜି ତଉଲିଆ ଦିବସ ll*
*🔅ଆଜି ଆଫ୍ରିକୀୟ ମୁକ୍ତି ଦିବସ ll*
*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*