March 19, 2026

ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

IMG-20260319-WA0023
Share

 

ଆଜି ସକାଳୁ ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ଶିକ୍ଷାଧିକାରୀ ରାମଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଜୟ କୁମାର ପ୍ରଧାନ ଯୋଗଦାନ କରି ଏହି କ୍ରୀଡ଼ାପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l ପରେପରେ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ କୃଷ୍ଣପ୍ରସାଦ ବ୍ଲକର ସହଶିକ୍ଷାଧିକାରୀ ସିଧେଶ୍ୱର କରଣ ଯୋଗଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବଟକୃଷ୍ଣ ସେନାପତି, ଶିକ୍ଷୟିତ୍ରୀ ମାନିନୀ ଜାଲି, ସମ୍ଭଳ କର୍ମୀ ହରପ୍ରିୟା ବେହେରା, ପ୍ରଭାକର ଦାସ ଓ ଶିବରାମ ନାୟକ ସମ୍ପୂର୍ଣ ସହଯୋଗ କରିଥିବା ବେଳେ ମଣ୍ଡଳ ସମ୍ଭଳ କର୍ମୀ ଦୀନବନ୍ଧୁ ପ୍ରଧାନ ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ