April 27, 2026

ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବୋର୍ଦ୍ଧନା ସହିତ ପେନସନ ପ୍ରଦାନ

IMG-20260303-WA0005
Share

 

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳୁପାଟଣା ଗ୍ରାମର ଚିଲିକା ନୋଡାଲ ହାଇସ୍କୁଲ ର ସହକାରୀ ଶିକ୍ଷକ ସୁବର୍ଣ୍ଣ ବିହାରୀ ଜେନା ଗତ ଫେବୃଆରୀ ୨୮ ତାରିଖରେ ତାଙ୍କ ସରକାରୀ ଚାକିରିରୁ ଅବସର ନେଇଛନ୍ତି l ଏହି ଅବସର କାଳୀନ ଉତ୍ସବ ରେ ବିଦ୍ୟାଳୟ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ପ୍ରଧାନଶିକ୍ଷକ ବିରାମ ପ୍ରସାଦ ସଭାପତିତ୍ୱ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସଭାପତି ସ୍ୱାଧୀନ ବେହେରା,ଦୀନବନ୍ଧୁ ବେହେରା, ମାୟାଧର ଜାଲି, ଜି ଆର ସି ସି ସିଧେଶ୍ଵର କରଣ,ସି ଆର ସି ସି ବିରଞ୍ଚି ନାରାୟଣ ସୁଆର ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାତପଡ଼ା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l ବିଦ୍ୟାଳୟ ଶିକ୍ଷକ ଦିଲୀପ କୁମାର ଜେନା ପ୍ରଥମେ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ସୁବାଷ ଚନ୍ଦ୍ର ଜେନା ନିଜର ବକ୍ତବ୍ୟ ରଖିଥିଲେ l ସଭାକାର୍ଯ୍ୟ ଶେଷରେ ବି ଆର ସି ସି ଅବସର ନେଉଥିବା ଶିକ୍ଷକଙ୍କୁ ଫାଇନାଲ ପେନସନ ପେପର ପ୍ରଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ