ପୁରୀ ସହର ଅଟୋ-ଟୋଟ ମିଳିତ ମହାମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜିତ

IMG-20260227-WA0004
Share

 

ପୁରୀ ସହର ଅଟୋ ଟୋଟ ମିଳିତ ମହାମଞ୍ଚ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ପୁରୀ ସରଧାବାଲି ସ୍ଥିତ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।

ଉତ୍ସବରେ ସଭାପତି ପ୍ରମୋଦ କୁମାର ଜେନା ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସରତ କୁମାର ରାୟଗୁରୁ, ଉପସଭାପତି ବାବୁଲା ପ୍ରସାଦ, ଉପଦେଷ୍ଟା ସଂଜୀବ ମହାନ୍ତି ଓ ନିରଞ୍ଜନ ମଙ୍ଗରାଜ, ସଂପାଦକ ରାଜକିଶୋର ସାହୁ, ସହ-ସମ୍ପାଦକ ଗଜପତି ସେନାପତି ଏବଂ କୋଷାଧ୍ୟକ୍ଷ ମହେଶ୍ବର ରାଉତରାୟ ସହିତ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଅଟୋ ଓ ଟୋଟ ଚାଳକମାନଙ୍କ ଏକତା, ଶୃଙ୍ଖଳା ଓ ସେବାମୂଳକ ମନୋଭାବ ଉପରେ ଆଲୋଚନା ହୋଇଥିଲା। ସଂଗଠନର ସକ୍ରିୟ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିବା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଶେଷରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମରେ ସଦସ୍ୟ ଓ ଅତିଥିମାନେ ଯୋଗଦେଇ ଉତ୍ସବକୁ ଆନନ୍ଦମୟ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed