November 17, 2024
Share

*╭───────────────────╮*

*🌄ସକାଳର ଖବର, ୨୧-ମେ-୨୦୨୩, ରବିବାର*

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ପୁରୀରେ ସରିଲା ଛତିଶା ନିଯୋଗ ବୈଠକ, ଆସନ୍ତା ୩୦ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହେଲା ନୀତି ନିର୍ଘଣ୍ଟ l

 

➡️ ୨-ଆସନ୍ତାକାଲି ରାଜ୍ୟରେ ନବୀନଙ୍କ ନୂଆ ମନ୍ତ୍ରୀ ଶପଥ ଗ୍ରହଣ । ସକାଳ ସାଢେ ୯ଟାରେ ଶପଥ ନେବେ ନୂଆ ମନ୍ତ୍ରୀ l

 

➡️୩-ମୋଦୀ-ଜେଲେନସ୍କିଙ୍କ ମଧ୍ୟରେ ହେଲା ପ୍ରଥମ ଭେଟ, ହିରୋସୀମାରେ ଏକାଠି ହେଲେ ଭାରତ ଓ ୟୁକ୍ରେନର ଦୁଇ ଶୀର୍ଷ ନେତା l

 

➡️୪-ଏଣିକି ରାଜ୍ୟରେ ଗଠନ ହେବ ସ୍ଥାୟୀ ପୁଲିସ ଚୟନ ବୋର୍ଡ, ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

➡️୫-ଆସନ୍ତା ସପ୍ତାହରେ କଶ୍ମୀରରେ ହେବ ‘ ଜି-୨୦ ସମ୍ମିଳନୀ” । ଚାଲିଛି ଜୋରଦାର ପ୍ରସ୍ତୁତି l ୨୨ତାରିଖରୁ ୨୪ ତାରିଖ ଯାଏଁ ଏହି ବୈଠକ ଅନୁଷ୍ଠିତ ହେବ l

 

➡️୬-ବିଶ୍ୱରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦବଦବା, Global Leader Approval Ratingsରେ ସୁପରପାୱାର ନେତାଙ୍କୁ ପଛରେ ପକାଇ ହେଲେ ୧ ନମ୍ବର l

 

➡️୭-ଏଣିକି ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଜଲୱା ଦେଖାଇବ ବାଲିଯାତ୍ରା, ଅଗଷ୍ଟ ମାସରେ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ହେବ ବାଲିଯାତ୍ରା l

 

➡️୮-ଚଳିତ ବର୍ଷ ରାଜ୍ୟରୁ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ହେବ ଉତ୍ପାଦନ l ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନ୍‌ରୁ ଉର୍ଦ୍ଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି।

 

➡️୯-ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ରେଳ ପ୍ରକଳ୍ପ l ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ ଲାଇନ ବା ୱାଇ ସଂଯୋଗ ଏବଂ ବରଗଡ଼-ନୂଆପଡ଼ା ରୋଡ୍ ୧୪୨ କିମିକୁ ମଧ୍ୟ ମିଳିଲା ସ୍ବତନ୍ତ୍ର ପ୍ରକଳ୍ପ ମାନ୍ୟତା ।

 

➡️୧୦-ମୁମ୍ବାଇରେ ୧୯ମହଲା ବିଶିଷ୍ଟ ବିଳାସମୟ ହୋଟେଲ ତିଆରି କରିବେ ସଲମାନ ଖାନ l

 

➡️୧୧-ଅପମକମିଂ ଚର୍ଚ୍ଚିତ ଫିଲ୍ମ ଆଦିପୁରୁଷର ପ୍ରଥମ ଗୀତ ହେଲା ରିଲିଜ । ଜୟ ଶ୍ରୀରାମ ଗୀତରେ ଶୁଣିବାକୁ ମିଳିଲା ଅଜୟ ଅତୁଳଙ୍କ ଆୱାଜ l

 

➡️୧୨-ଏଣିକି ରାଜଧାନୀରେ ବୁଲିବ ଡ୍ରୋନ, ସାବାଡ଼ ହେବେ ଅପରାଧୀ, କମିଶନରେଟ ପୋଲିସ ଆରମ୍ଭ କଲା ନୂଆ ଅଭିଯାନ l

 

➡️୧୩-ଜୟପୁର ସରକାରୀ ଅଫିସ୍‌ରୁ ମିଳିଲା ଦାବିଦାର ନ ଥିବା ୨ କୋଟିରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଓ ୧ କିଲୋ ସୁନା l

 

➡️୧୪-୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନ l କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଖୋଲିବ ସ୍ମାର୍ଟ କ୍ଲାସରୁମ୍ ଓ ଇ-ପାଠାଗାର l

 

➡️୧୫-କର୍ଣ୍ଣାଟକ ରେ ସରକାର ଗଠନର ୨ଘଣ୍ଟା ମଧ୍ୟରେ ୫ ପ୍ରତିଶ୍ରୁତି ପୂରଣ । ଗ୍ରାଜୁଏଟ ବେରୋଜଗାରୀଙ୍କୁ ମିଳିବ ମାସିକ ୩ହଜାର ଟଙ୍କା, ପରିବାରର ମହିଳା ମୁଖ୍ୟଙ୍କୁ ମିଳିବ ମାସିକ ୨ହଜାର ଟଙ୍କା l

 

➡️୧୬-ପଞ୍ଜାବର ଭଟିଣ୍ଡା ଜିଲ୍ଲାରେ ୭ ଜୁନରେ ବୋମା ବିସ୍ଫୋରଣ ହୋଇପାରେ । ଏନେଇ ୬ଟି ଚିଠି ଆସିଲା ସାମ୍ନାକୁ l

 

➡️୧୭-ଯୁଦ୍ଧ ଶେଷ ପାଇଁ ଯାହା କିଛି ହୋଇପାରିବ, ତାହା କରିବୁ; ଜି-୭ ସମ୍ମିଳନୀରେ ଜେଲେନସ୍କିଙ୍କୁ କହିଲେ ପିଏମ୍ ମୋଦୀ l

 

➡️୧୮-ସରକାର ବିରୋଧୀ ପ୍ରତିବାଦ ବେଳେ ହିଂସାକାଣ୍ଡ କରିଥିବା ୩ଜଣ ବିକ୍ଷୋଭକାରୀଙ୍କୁ ଫାଶୀ ଦେଲା ଇରାନ୍‌ ସରକାର l

 

➡️୧୯-ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ହେଲା ଋଷିଆ ମନା, ଓବାମାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ ସରକାର l

 

➡️୨୦-ଆଇପିଏଲର ୬୭ତମ ମୁକାବିଲାରେ ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସ ୭୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସ କୁ କଲା ପରାସ୍ତ । ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗ୍ସ ୧୭ ପଏଣ୍ଟ ସହ ଦ୍ଵିତୀ୍ୟ ଦଳ ଭାବେ ଚଳିତ ସଂସ୍କରଣର ପ୍ଲେ ଅଫରେ କଲା ପ୍ରବେଶ ।

 

➡️୨୧-ଆଇପିଏଲର ୬୮ତମ ମୁକାବିଲାରେ ଗତକାଲି କୋଲକାତା ନାଇଟ୍ ରାଇଡର୍ସଙ୍କୁ ୧ ରନରେ ପରାସ୍ତ କରି ତୃତୀୟ ଦଳ ଭାବେ ଚଳିତ ଆଇପିଏଲର ପ୍ଲେ ଅଫକୁ ହେଲା ଉନ୍ନୀତ l

 

➡️୨୨-ଆସନ୍ତା ୨୩ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଓମାନ୍‌ର ସଲାଲାହଠାରେ ଅନୁଷ୍ଠିତ ହେବ ଜୁନିଅର୍ ପୁରୁଷ ଏସିଆ କପ୍ ହକି-୨୦୨୩ ।

 

➡️୨୩-ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍ । ବିବାଦ ଭିତରେ ପିସିବିକୁ ମନାଇଲା ଆଇସିସି l ସୂଚନା ମୁତାବକ, ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖରେ ଶେଷ ହୋଇପାରେ ।

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*🔅ଆଜି ଦ୍ଵିତୀୟାରେ ଚନ୍ଦ୍ର ଦର୍ଶନ ଓ ପୂଜା ll*

*🔅ଆଜି ଆନ୍ତର୍ଜାତୀୟ ଚା ଦିବସ ll*

*🔅ଆଜି ଜାତୀୟ ସ୍ମୃତି ଦିବସ ll*

*🔅ଆଜି ସାବତ ମାତୃ ଦିବସ ll*

*🔅ଆଜି ଜାତୀୟ ୱେଟର ଦିବସ ll*

*🔅ଆଜି ଜାତୀୟ ଷ୍ଟ୍ରବେରି ଏବଂ କ୍ରିମ୍ ଦିବସ ll*

 

*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*