March 11, 2026

ଆରମ୍ଭ ହୋଇଯାଇଛି ଦଶମ ବୋର୍ଡ ପରୀକ୍ଷା

IMG-20260221-WA0051
Share

 

 

ଲାଞ୍ଜିଗଡ଼, (ପୁରନ୍ଦର ଦଣ୍ଡସେନା) : ସାରା ରାଜ୍ୟରେ ଆରମ୍ଭ ହୋଇଛି ଦଶମ ବୋର୍ଡ ପରୀକ୍ଷା। କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକରେ ଅନୁରୂପ ଭାବେ ପରୀକ୍ଷା ଆରମ୍ଭହୋଇଥିବାବେଳେ ଲାଞ୍ଜିଗଡ଼ ବ୍ଲକର ୮ ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୩୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ବ୍ଳକର ଲାଞ୍ଜିଗଡ଼ ହାଇସ୍କୁଲ, ଲାଞ୍ଜିଗଡ଼ ଏସଏସଡି ଉଚ୍ଚ ବିଦ୍ୟାଳୟ, ଯୋଡ଼ାବନ୍ଧ ହାଇସ୍କୁଲ, ବିଶ୍ଵନାଥପୁର ଗୋପବନ୍ଧୁ ହାଇସ୍କୁଲ, ମୂଷାନାଳ ହାଇସ୍କୁଲ, ବେନଗାଁ ହାଇସ୍କୁଲ, ଲାଞ୍ଜିଗଡ଼ ରୋଡ଼ ହାଇସ୍କୁଲ, ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏଥର ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧୂକାରୀ ଋଷିଆ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧୂକାରୀ ଭାରତଭୂଷଣ ସାହୁଙ୍କ

ସମେତ ୮ଜଣ ବରିଷ୍ଠ ଶିକ୍ଷକଙ୍କୁ ଅବଜର୍ଭର ଦାୟିତ୍ଵ ପ୍ରଦାନ କରାଯାଇଛି। ସେହିପରି ଗୋପବନ୍ଧୁ ହାଇସ୍କୁଲ ଓ ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ବତନ୍ତ୍ର ଏଆଇ କ୍ୟାମେରା ସଂଯୋଗ କରାଯାଇଛି। କପି ରୋକିବାକୁ ତ୍ରିସ୍ତରୀୟ ସ୍ପାର୍ଡ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ରୁ ଭାବେ ପରୀକ୍ଷା ୧୩୨୫ଜଣ ପରୀକ୍ଷାର୍ଥ เข็1 ପରୀକ୍ଷା ଦେଇଥିବାବେଳେ ୩୯ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥ‌ିବା ସୂଚନା ମିଳିଛି। ଆଜି ପ୍ରଥମ ଦିନରେ ସୁରୁଖୁରୁ ଶେଷ ହୋଇଥିବାବେ€ ବାବେଳେ ଲାଞ୍ଜିଗଡ଼ ପୁଲିସ, ବିଜେପୁର ପୋଲିସ, ବିଶ୍ଵନାଥପୁର ପୁଲିସ, ନର୍ଲା ଓ ସିକେରକୁପା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*

You may have missed