ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳିତ
ଛତ୍ରପୁର ତା ୨୧/୦୨/୨୬(ଅରୁଣ କୁମାର ପଣ୍ଡା )ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଉତ୍କଳ ବିଶ୍ବବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡଃ ଭି ରାଜେନ୍ଦ୍ର ରାଜୁ ଯୋଗ ଦେଇ ମାତୃଭାଷା ପ୍ରତି ଆମର ଅନୁରକ୍ତି ଓ ସ୍ବତନ୍ତ୍ରତାର ପରିଚିତ କରାଇଥିଲେ। ରହି ଭାଷା ପ୍ରତି ସମସ୍ତଙ୍କ ସମ୍ମାନ ରହିବା ଆବଶ୍ୟକ ବୋଲି କହିଥିଲେ। ପ୍ରଧାନାଚାର୍ଯ୍ୟ ଶ୍ରୀରବୀନ୍ଦ୍ରନାଥ ଦାଶ ଉପସ୍ଥିତ ଥିଲେ। ଆଚାର୍ଯ୍ଯ ଶ୍ରୀ ଦିପକ କୁମାର ଦାଶ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଆଚାର୍ଯ୍ଯ ଶ୍ରୀଯୁକ୍ତ ଶ୍ରୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ମାତୃଭାଷା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଚାର୍ଯ୍ଯା ଶ୍ରୀମତୀ ସୁଶ୍ରୀ ସଂଗୀତା ପଢିଆରୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।
କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ଶିଶୁ ଉପସ୍ଥିତ ଥିଲେ।
