March 11, 2026

ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସୀ ପଞ୍ଚାୟତ ଠାର କିଶୋରୀ ମେଳା ଅନୁଷ୍ଠିତ…….

IMG-20260206-WA0028
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଆ ଇ ସି ଡି ଏସ ତରଫରୁ କୁର୍ସୀ ପଞ୍ଚାୟତ ଠାର ଅନୁଷ୍ଠିତ ହୋଇଯାଇଛି। କୁର୍ସୀ  ହାଇ ସ୍କୁଲ ର କିଶୋର ବାଳକ ଓ କିଶୋରୀ ବାଳିକା ମାନଙ୍କୁ ନେଇ  କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେଡି ବ୍ଳକ ସଭାପତି ଶୋଭାରାମ ମାଝୀ ଓ ପଞ୍ଚାୟତ ସଭାପତି ଜୁମେରା ସାନ୍ତା ଓ କୁର୍ସୀ ସରପଞ୍ଚ ରତିରାମ ମାଝୀ ଯୋଗଦାନକରି  ଛାତ୍ର, ଛାତ୍ରୀ, ମାନେ କିଭଳି ଭାବରେ ପ୍ରତିଯୋଗିତା ମନ ଭାବ ନେଇ ଆଗକୁ ବଢ଼ିପାରିବେ ସେହି ବିଷୟ ରେ ବୁଝାଇ ଥିଲେ l ଏହି କାଯ୍ୟକ୍ରମ ରେ ଉମରକୋଟ ବ୍ଲକ ସିଡିପିଓ ସଞ୍ଜୁକ୍ତା ବେହେରା , ସରିତା ଜେନା , ସିଂସାରୀ ମହିଳା ପରିଦର୍ଶୀକା ଓ କାରାଗାଁ ମହିଳା ପରିଦର୍ଶୀକା  ପରିଚାଳନା ଦାୟିତ୍ଵ ନେଇ ସୁଚାରୁରୂପେ ପରିଚାଳନା କରିଥିଲେ  ଏବଂ ବାଲ୍ୟ ବିବାହ କିପରି ରୋକା ଯାଇପାରିବ ସେହିବିଷୟ ରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ ବାର୍ତ୍ତା ଦେଇ ବୁଝାଇ ଥିଲେ l ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ, ଏବଂ ଗୀତ ପ୍ରତିଯୋଗିତା, ନୂତ୍ୟ ପ୍ରତିଯୋଗିତା, ମାନ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରଥମ, ଦ୍ଵିତୀୟ ତୃତୀୟ,ସ୍ଥାନ ଅଧିକାର କରିଥିବା ଛାତ୍ର, ଛାତ୍ରୀ, ମାନଙ୍କୁ ପୁରଷ୍କାର  ପ୍ରଦାନ କରାଯାଇଥିଲା  l ଏହିକାଯ୍ୟକ୍ରମ କୁ କୁର୍ସୀ ଅଙ୍ଗନୱାଡ଼ି ଅଗନ୍ଦି ଗଣ୍ଡ ସେମଲଦରା ର ଅଙ୍ଗନୱାଡ଼ି ଯୋଶଦା ଭତ୍ରା ଓ ଗ୍ରାମର ବୁଦ୍ଧିଜୀବୀ ଏବଂ ଯୁବଗୋଷ୍ଠୀ ସମସ୍ତ ଅଙ୍ଗନବାଡି ଦିଦି ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ  l