ଅଡବା ଥାନା ଅଞ୍ଚଳରେ ଜଣେ ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି:୨୨/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜ଼ିଲ୍ଲା ଅଡବା ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ସହ ତାକୁ ଗର୍ଭବତୀ କରାଇବା ଅଭିଯୋଗରେ ପୁଲିସ ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ଉଲିଆପଦା ଗ୍ରାମର ସୁମନ୍ତ ସାହୁ ( ୪୫) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ସୂଚନା ପ୍ରକାରେ ବିନୋଦ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କୁ ପ୍ରାୟ ତିନି ବର୍ଷ ହେଲା ପାଖରେ ରଖିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ l ବିନୋଦ ବିବାହିତ ଥିବା ବେଳେ ତାର ସ୍ତ୍ରୀ ଏବଂ ଛୁଆ ତାକୁ ଛାଡି ବହୁ ବର୍ଷ ହେଲା ଚାଲିଯାଇଛନ୍ତି l ବିଧବା ମହିଳା ଜଣଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି l ବିଧବା ମହିଳା ଜଣକ ପାଖରେ ସୁମନ୍ତ ରହୁଥିବା ବେଳେ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲା l ପରେ ସମ୍ପୃକ୍ତ ବିଧବା ମହିଳାଙ୍କ ୧୭ ବର୍ଷର ନାବାଳିକା ଝିଅକୁ ମଧ୍ୟ ବିଭିନ୍ନ ପ୍ରଲୋଭନ ଦେଖାଇ ତା ସହ ଶାରୀରିକ ସମ୍ପର୍କ ରଖିଥିଲା l ଦୁଇ ମାସ ଧରି ନାବାଳିକା ଜଣକର ଋତୁସ୍ରାବ ନହେବା ଯୋଗୁଁ ମା ଝିଅର ଡାକ୍ତରୀ ମଇନା କରିଥିଲେ ଫଳରେ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ଥିବା ଜଣାପଡିଥିଲା l ଏନେଇ ନାବାଳିକାର ମା ଲିଖିତ ଅଭିଯୋଗ ପ୍ରକାରେ ଅଡବା ପୁଲିସ ଥାନା କେସ୍ ନଂ ୧୦ / ୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ମୋହନା ଚାଇଲ୍ଡ୍ ଲାଇନ୍ ଟିମ୍ ଥାନାରେ ପହଞ୍ଚି ପୀଡିତା ନାବାଳିକାକୁ ଉଦ୍ଧାର କରିଛି l ନାବାଳିକାକୁ ରବିବାର ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ ବୋଲି ମୋହନା ଚାଇଲ୍ଡ୍ ଲାଇନ ପକ୍ଷରୁ ସୂଚନା ମିଳିଛି।