March 12, 2026

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ..

IMG-20260128-WA0069
Share

 

 

ବେଗୁନିଆ, (ଉପାନ୍ତ ଖବର ମାନସ ରଞ୍ଜନ କର)ତା-୨୮/୦୧ : ବେଗୁନିଆ ସ୍ଥିତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଅଧିକ୍ଷକ ଓ ସ୍ମୃତିସ୍ମିତା ବେହେରା ଉପ ଅଧିକ୍ଷକ ରୂପେ କାର୍ଯ୍ୟ ସମ୍ପନ୍ନ କରିଥିଲେ। ସ୍ତର -୧ ର ୫୨ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୫୧ଜଣ ଏବଂ ସ୍ତର -୨ ର ୫୬ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୫୩ଜଣ ଉପସ୍ଥିତ ଥିଲେ। ବେଗୁନିଆ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ସେଠି ପରିଦର୍ଶନରେ ଆସିଥିଲେ। ନିରୀକ୍ଷକ ରୂପେ ମୋହିନୀ କାନ୍ତି ଦାସ, ଆଶା ମୁର୍ମୁ, ଶୁଭଲକ୍ଷ୍ମୀ ସାହୁ, ସୁନିତା ପୃଷ୍ଟି, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ପ୍ରଭାତ କୁମାର ନିଶଙ୍କ, ସୂର୍ଯ୍ୟକାନ୍ତ ମହାପାତ୍ର, ହିମାଂଶୁ ସ୍ୱାଇଁ ଓ ଶ୍ରୀକାନ୍ତ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ। କିରଣଵାଲା ଜେନା, ବିରଞ୍ଚି ନାରାୟଣ ସାହୁ ଓ ବିଶ୍ୱରଞ୍ଜନ ପରିଡା ସହଯୋଗ କରିଥିଲେ।

You may have missed