ଦ୍ବିତୀୟ ଦିବସରେ ଚିତ୍ରକଳା ଶିବିର , ବିଷୟରେ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର ଶୈଳୀ , ଚିତ୍ରଣରେ ନିମଜ୍ଜିତ ଚିତ୍ରଶିଳ୍ପୀ
ଦ୍ବିତୀୟ ଦିବସରେ ଚିତ୍ରକଳା ଶିବିର , ବିଷୟରେ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର ଶୈଳୀ , ଚିତ୍ରଣରେ ନିମଜ୍ଜିତ ଚିତ୍ରଶିଳ୍ପୀ
ବୁଗୁଡ଼ା : ତା ୧୬/୦୫/୨୩ : ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ଆୟୋଜିତ ତ୍ରିଦିବସୀୟ ପାରମ୍ପରିକ ଚିତ୍ରକଳା ଶିବିର ଆଜି ଦ୍ବତୀୟ ଦିବସରେ ପହଞ୍ଚିଛି । ଏ ଅବସରରେ ଭୁବନେଶ୍ଵର ବି.କେ.ଆର୍ଟ ଏଣ୍ଡ୍ କ୍ରାଫ୍ଟ କଲେଜର ଚିତ୍ତରଞ୍ଜନ ମହନ୍ତ ଓ ସୁମନ ଗୌଡ ଏବଂ ଧଉଳି ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜର ନୀଳମଣି ଗୌଡ ଓ ସତ୍ଯଜିତ୍ ମହାରଣା , ଉତ୍କଳ ୟୁନିଭରସିଟି ଅଫ୍ କଲଚର ଶିକ୍ଷାନୁଷ୍ଠାନର ରାକେଶ ଦେ ଓ କାର୍ତ୍ତିକ ପୃଷ୍ଟି , ସୁନ୍ଦରଗଡ ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜର ଅଭିଷେକ ସାମଲ ଓ ଦିପ୍ତିମୟୀ ରଥ , ଗଞ୍ଜାମ ଖଲ୍ଲିକୋଟର ସରକାରୀ ଚାରୁ ଓ କଳା କଲେଜର ସମୀର କୁମାର ନାୟକ ଓ ପ୍ରମୋଦ କୁମାର ମାଝି , ଭଦ୍ରକ ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜର ବିପିନ ସାହୁ ଓ ଶିବେନ୍ଦୁ ଦାସ , ବାଲେଶ୍ବର ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜର ସୌମ୍ୟା ସୁଚରିତା ସାହୁ ଓ ସୋନାରାଣୀ ଘଡେଇ ପ୍ରମୁଖ ଛାତ୍ରଛାତ୍ରୀମାନେ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର ଶୈଳୀରେ ଚିତ୍ରମାନ ପ୍ରସ୍ତୁତିରେ ବ୍ଯସ୍ତ ରହିଥିଲେ । ଓଡିଶା ଲଳିତ କଳା ଏକାଡେମୀ ସଚିବ ପଞ୍ଚାନନ ସାମଲଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରକୁ ଶରତ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ ।