March 10, 2026

ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

IMG-20260126-WA0088
Share

 

ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ,ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ୭୭ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇ ଅଛି l ସକାଳ ଆଠ ଘଟିକା ସମୟ ରେ ଲଷ୍ମୀ କଲ୍ୟାଣ ମଣ୍ଡପ ସମ୍ମୁଖ ରେ ବୟୋଜ୍ୟେଷ୍ଠ ଗଣ ମାଧ୍ୟମ ପ୍ରତିନିଧି ଦୁଃଶାସନ ନାୟକ ଜାତୀୟ ପତାକା ଉତ୍ତଳନ ପୂର୍ବକ, ବ୍ୟକ୍ତବ ପ୍ରଦାନ କରିଥିଲେ l ଏଥିରେ ଉପଦେଷ୍ଟା ନିରଞ୍ଜନ ଦାସ, ସମ୍ପାଦକ ଲୋକନାଥ ସ୍ୱାଇଁ, କାର୍ଯକାରୀ ସଭାପତି ଆର୍ଯ୍ୟ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ସମୀର କର, ଉପ ସଭାପତି ସମୀର ବେଉରା, ଦିବ୍ୟଦର୍ଶି ବିଶ୍ୱାଳ, ମୁନା ସ୍ୱାଇଁ, ସୂର୍ଯ୍ୟ କର ଅଶୋକ ପରିଡା, ସୁଧୀର କର ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ର ଦିବସ ର ତାପ୍ତର୍ଯ୍ୟ ଉପରେ ନିଜ ନିଜର ମତ ରଖିଥିଲେ l

ସେହିପରି, ଅସ୍ତରଙ୍ଗ ବ୍ଲକ ଠାରେ ଅଧ୍ଯକ୍ଷା ଆରତୀ ନାୟକ, ତହସିଲ ଠାରେ ତହ

ସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶିନୀ ପତି, ଥାନା ଠାରେ ଆଇ ଆଇ ସି ଦୁର୍ଗାପ୍ରସାଦ ମହାପାତ୍ର,ପ୍ରମୁଖ ଜାତୀୟ ପତାକା ଉତୋଳନ କରିଥିବା ଦେଖିବାକୁ ମିଳିଥିଲା l ଦୁର୍ଗା କ୍ଳବ, ସବୁଜଶାଖ, ଗଣପତି କ୍ଳବ, ସୁରେନ୍ଦନାଥ ବିଦ୍ୟାପିଠ ସୁନ୍ଦର, ବେଳାଭୂମି ହାଇ ସ୍କୁଲ, ଲବଣ ସତ୍ୟାଗ୍ରହ ହାଇ ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, କୁଅଁରପୁର ପ୍ରଭୁତି ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ, ଲଷ୍ମୀ କ୍ଳବ ଅସ୍ତରଙ୍ଗ, ତରଫରୁ ରକ୍ତଦାନ ସିବିର ଅନୁଷ୍ଠିତ ହେବା ସହ ଗଣତନ୍ତ୍ର ଦିବସ ମଧ୍ୟ ପାଳିତ ହୋଇ ଯାଇ ଅଛି l ଏହି ମହତ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଆଇ ଆଇ ସି ଦୁର୍ଗା ପ୍ରସାଦ ମହାପାତ୍ର ଓ ସମାଜସେବୀ ଜଗନ୍ନାଥ ବେଉରା ଯୋଗଦାନ କରିଥିବା ବେଳେ ୪୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l