କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମପୁଟ ସେବାଶ୍ରମ ବିଦୟାଳୟର ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ୨ ଛାତ୍ରୀ ଦେବକୀ ଓ ତୁଳସୀ ଖିଲୋ ଶନିବାର ସନ୍ଧ୍ୟାରେ ଅନ୍ଧାର ରାସ୍ତାରେ ଚାଲିଯାଉଥିବା ବେଳେ ସତାସିମିଲି ଗ୍ରାମବାସୀ ଉଦ୍ଧାର କରିଛନ୍ତି
୨୫/୦୧/୨୦୨୬ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମପୁଟ ସେବାଶ୍ରମ ବିଦୟାଳୟର ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ୨ ଛାତ୍ରୀ ଦେବକୀ ଓ ତୁଳସୀ ଖିଲୋ ଶନିବାର ସନ୍ଧ୍ୟାରେ ଅନ୍ଧାର ରାସ୍ତାରେ ଚାଲିଯାଉଥିବା ବେଳେ ସତାସିମିଲି ଗ୍ରାମବାସୀ ଉଦ୍ଧାର କରିଛନ୍ତି। ୨ ଛାତ୍ରୀଙ୍କୁ ପଚାରିବାରୁ ୪୦ କିମି ଦୂର ନିଜ ଗ୍ରାମ ଡୁମୁରୀଗୁଡା ଚାଲି ଯାଉଥିବା କହିଥିଲେ। ଥୁବା ସରପଞ୍ଚ ଅର୍ଜୁନ କ୍ରିଶାନି ଓ ଅନ୍ୟ ଯୁବଗୋଷ୍ଠୀ ୨ ଛାତ୍ରୀ ଙ୍କୁ ସୁରକ୍ଷିତ ରଖି ସେବାଶ୍ରମ କର୍ତ୍ତୃପକ୍ଷ ଓ ସେମାନଙ୍କ ଅଭିବାବକ ମାନଙ୍କୁ ସୁଚନା ଦେଇଥିଲେ। ବିଦ୍ୟାଳୟର କି ପରିସ୍ଥିତି ସୃଷ୍ଟି ହେବାରୁ ୨ ଛାତ୍ରୀ ସେବାଶ୍ରମ ଛାଡ଼ି ଅନ୍ଧାର ରାତିରେ ଗାଁ କୁ ଯାଉଥିଲେ ବୋଲି ପ୍ରଶ୍ନ ଉଠୁଛି। ଏହି ବିଷୟରେ ସେବାଶ୍ରମ ବିଦୟାଳୟର କତୃପକ୍ଷ ଅବଗତ ଥିଲେ କି ନାହିଁ। ଏଥିପାଇଁ ଦାଇ କିଏ ହେବ। ଏ ନେଇ ତଦନ୍ତ କରିବା ପାଇଁ ଅନୁରୋଧ କରାଯାଉଛି। ନନ୍ଦପୁର ବ୍ଲକ ମଙ୍ଗଳ ସମ୍ପ୍ରଶାରଣ ଅଧିକାରୀ ନଗେଶ ତ୍ରିପାଠୀ ଙ୍କୁ ପଚାରିବାରୁ ୨ ଛାତ୍ରୀଙ୍କୁ ଉଦ୍ଧାର କରି କତୃପକ୍ଷଙ୍କୁ ସୁଚନା ଦେଇଥିବା ସତାସେମିଲି ଓ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଥିଲେ। ସେବାଶ୍ରମ ବିଦୟାଳୟ ର କର୍ତ୍ତୃପକ୍ଷ ସତସେମିଲି ଗ୍ରାମକୁ ଯାଇ ୨ ଛାତ୍ରୀ ଙ୍କୁ ଫେରାଇ ଆଣିଥିବା ସୂଚନା ଦେଇଛନ୍ତି। ଓ କେଉଁ କାରଣରୁ ୨ ଛାତ୍ରୀ ବିଦ୍ୟାଳୟ ଛାଡି ଗାଁ କୁ ଯାଉଥିଲେ ବୋଲି ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। (ଗୁପ୍ତେଶ୍ୱର ରଥ କୋରାପୁଟ)
