March 12, 2026

ଅସହାୟ ଙ୍କୁ ରାୟଗଡା ବିଧାୟକ ଙ୍କ ଶାଢ଼ୀ ବଣ୍ଟନ ..

IMG-20260125-WA0019
Share

 

ରାୟଗଡା(ରବି ରାଜ ବୈଦ୍ୟ) ରାୟଗଡା ବିଧାୟକ ଶ୍ରୀ ଆପଲ ସ୍ୱାମୀ କାଡ଼ରକା ପବିତ୍ର ମକର ସଂକ୍ରାନ୍ତିରେ ଆମ୍ବାଗୁଡା ସ୍ଥିତ ନିଜ ବାସ ଭବନ ନିକଟରେ ସହରର ପ୍ରାୟ ୫୦୦ ଜଣ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରିଥିବା ବେଳେ ପ୍ରାୟ ୧୦୦ ଜଣ ଅସହାୟ ପୁରୁଷଙ୍କୁ ଲୁଙ୍ଗି ଓ ଟାୱାଲ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ

ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲକା ଯୋଗ ଦେଇଥିବା ବେଳେ ଦଳର ପ୍ରାୟ ୫୦ ଜଣ କର୍ମୀ ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀ ଶଙ୍କର ମଙ୍ଗରାଜ,ହରିଶ ପଟ୍ଟନାୟକ, ଜଗଦୀଶ୍ୱର ରାଓ,କିଶୋର କୌଶଲ୍ୟା,ଗୌରୀ ପଟ୍ଟନାୟକ, ମୌଲି କୁମାର,ବିକାଶ କୁମାର, ମହେଶ,କିଲିଗାନ୍ଧୀ,ଭୂଷଣ ବିଡ଼ିକା, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିବା ସହିତ ବରିଷ୍ଠଙ୍କ ଠାରୁ ଆଶ୍ରିବାଦ ଭିକ୍ଷା ପ୍ରାପ୍ତ କରି ମୁଁ ଏହି କାର୍ଯ୍ୟକ୍ରମ ଟିକୁ ଦୀର୍ଘ ୧୫ ବର୍ଷ ହେବ କରି ଆସୁଅଛି ଆପଣ ମାନଙ୍କ ଆଶ୍ରିବାଦ ଦେଲେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କରିବି ବୋଲି ପ୍ରତିଶୃତି ଦେଇଛନ୍ତି।ପ୍ରକାଶ ଥାଉ କି ବିଧାୟକ ମହୋଦୟ ଏବେ ୧୪ ମାସ ହେବ ବିଧାୟକ ହୋଇଛନ୍ତି କିନ୍ତୁ ସେ ଦୀର୍ଘ ଦିନରୁ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଦେଇଛନ୍ତି ଏକଥା ବିଭିନ୍ନ ପତ୍ର ପତ୍ରିକା ଓ ଟେଲିଭିଯନ ମାଧ୍ୟମରେ ସମସ୍ତେ ଦେଖି ସାରିଥିବେ।ସେ କିପରି ପରିଚୟ ନ ଥିବା ଶବ ହେଉ କି ଅସହାୟ ପରିବାର ର ଶବ ହେଉ ସମସ୍ତ ଙ୍କ ପାଇଁ ନିଜେ ସ୍ମଶାନ କୁ ଯାଇ କାଠ ଯୋଗାଡ଼ କରନ୍ତି ସମସ୍ତେ ଜାଣନ୍ତି।ତେଣୁ ସହର ର ଅନେକ ଲୋକଙ୍କ ପ୍ରିୟପାତ୍ର ହୋଇ ସାରିଛନ୍ତି।କିନ୍ତୁ ଲୋକସଭା ସାଂସଦ ଶ୍ରୀ ଉଲ୍ଲକା ମହୋଦୟ ଆଜି ପର୍ଯ୍ୟନ୍ତ ସେଭଳି ଆଖି ଦୃଶିଆ କିଛି କରି ନ ଥିବା ଲୋକେ ଫୁସୁରୁ ଫାସର ହେବା ଜଣାପଡୁଛି।ଦେଖା ଯାଉ ସାଂସଦ ମହୋଦୟ ବିଧାୟକଙ୍କ କାର୍ଯ୍ୟକୁ ଦେଖି ଆଗାମୀ ଦିନରେ କଣ କରୁଛନ୍ତି।