ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ, ସ୍କାଉଟ ଗାଇଡ଼ ର ମୂଳଲକ୍ଷ୍ୟ : ଉଦଯାପନୀ ଉତ୍ସବ ରେ ମତ ପ୍ରକାଶ
ତିର୍ତ୍ତୋଲ ମଙ୍ଗଳବାର ଠାରୁ ତିର୍ତ୍ତୋଲବ୍ଲକ, ମୂଳିସିଂହ ଆଦର୍ଶ ସ୍କୁଲ ରେ ଆରମ୍ଭ ହୋଇଥିବା ଅଷ୍ଟବିଂଶତମ ଜଗତସିଂହପୁର ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଆଣ୍ଡ ଗାଇଡ଼ କ୍ୟାମ୍ପୋରୀ (ତେଜସ,)2025-26 ଗୁରୁବାର ଦିନ ମହାସମାରୋହ ରେ ଉଦଯାପିତ ହୋଇଯାଇଛି l ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଭାରତ ସ୍କାଉଟ ଗାଇଡ଼ ର ମୂଳ ଲକ୍ଷ୍ୟ ବୋଲି, ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ, ସସ୍ଥା ର ଜାତୀୟ ଉପସଭାପତି ତଥା ଓଡିଶା ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ର ଉପସ୍ଥିତ ଶିବିରାର୍ଥୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ l ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ପୂର୍ବତନ ଜିଲ୍ଲା ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ଓ ସମ୍ମାନିତଅତିଥି ଭାବେ ମୂଳିସିଂହ ଆଦର୍ଶ ସ୍କୁଲ ର ଅଧ୍ୟକ୍ଷl ନିବେଦିତା ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଙ୍ଗଠନ କମିଶନର ବିଜୟ କୁମାର ରଥ ପ୍ରମ୍ମୁଖ ମଞ୍ଚାସିନ ହୋଇ ନିଜନିଜର ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ ବଡ଼ମଣିଷ ଓ ଭଲମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ l ଶିକ୍ଷକ ଅମୁଲ୍ୟ କୁମାର ମିଶ୍ର ସମସ୍ତ ଅତିଥିମାନଙ୍କୁ ମଞ୍ଚ କୁ ସ୍ୱାଗତ କରିବା ସହିତ ମଞ୍ଚ ସଞ୍ଚl ଳନ କରିଥିଲେ l ତେବେ ଜିଲ୍ଲାର 162 ଟି ସ୍କୁଲର କ୍ରୀଡାଶିକ୍ଷକ 403 ଜଣ ସ୍କାଉଟ ଓ 16O ଜଣ ଗାଇଡ଼ ଏହି ଶିବିର ରେ ପ୍ରଶିକ୍ଷଣ ନେଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସାପତ୍ର ଓ ସିଲ କପ ଆଦି ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇଥିଲା ।ବିଶେଷକରି ଉଦଯାପନୀ ଉତ୍ସବ ରେ ଅତିଥିମାନଙ୍କ ଦ୍ୱରା ପତାକା ଅବତରଣ କରାଯବା ପରେ, ସ୍କୁଲ କ୍ୟାମ୍ପସ ରୁ ବିଦାୟ ନେଲାବେଳେ ସମସ୍ତେ ଭାବ ବିହ୍ଵଳ ହୋଇ ଉଠିଥିଲେ l ତେବେ ମୁଳିସିଂହ ଆଦର୍ଶ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିବାରୁ ନିମନ୍ତ୍ରିତ ଅତିଥିମାନେ ସେମାନଙ୍କର ଭୂଇୟସୀ ପ୍ରଶଂସା କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
