June 21, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ରାଜ୍ୟରେ ବନ୍ଦ ହେଲା ପାନ ମସଲା, ଗୁଟଖା, ଖଇନି..

IMG-20260122-WA0001
Share

 

ରାଜ୍ୟରେ ବନ୍ଦ ହେଲା ପାନ ମସଲା, ଗୁଟଖା, ଖଇନି ଆଦି ମାଦକ ପଦାର୍ଥ। ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଲେ ସରକାର।

 

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ବନ୍ଦ ହେଲା ପାନ ମସଲା, ଗୁଟଖା, ଖଇନି ଆଦି ମାଦକ ପଦାର୍ଥ। ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଲେ ସରକାର। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ଏହି ବିଜ୍ଞପ୍ତି ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ହେବ ଏବଂ ଏଭଳି ମାଦକ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂକୁ ବ୍ୟାନ୍ ଲଗାଯିବା ସହ ଏହାର ବ୍ୟବସାୟ, ବିକ୍ରି, ପରିବହନରେ ପ୍ରତିବନ୍ଧକ ଲଗାଯିବ। FSSAI ଗାଇଡଲାଇନ ଅନୁସରେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।