April 30, 2026

ବିଧାର ଗୋସେଇଁ ଙ୍କ ଜନମୋତ୍ସବ ରେ ସାରସ୍ୱତ ଆଲୋଚନା…

IMG-20260114-WA0048
Share

ତିର୍ତ୍ତୋଲ14/1/2026 ଗଜପତି କପିଳେନ୍ଦ୍ର ଦେବ ଙ୍କ ସମାକାଳୀନ ଆଧ୍ୟାତ୍ମିକ ମାର୍ଗଦର୍ଶକ ସନ୍ଥ ବାବା ବିଧାର ଗୋସେଇଁ ଙ୍କ ଜନ୍ମଉତ୍ସବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ସାରସ୍ୱତ ଆଲୋଚନା ଚକ୍ର, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ କାବଲ ପୁର ବାଘୁଆବାରି ସ୍ଥିତ ବାବା ଙ୍କ ପୀଠସ୍ଥଳି ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଜ୍ଞ୍ୟା ଶିରୋମଣି ପ୍ରତିଷ୍ଠାନ ର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସାରସ୍ୱତସାଧକ ଦାର୍ଶନିକ ଡ଼ ସୁଧାକର ଦାସ ଙ୍କ ପ୍ରତକ୍ଷ୍ୟତତ୍ୱାବଧାନ ରେ ଓ ଅଧ୍ୟକ୍ଷତା ରେ ପବିତ୍ର ମକରସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଯାଇଛି l ଆଲୋଚନାଚକ୍ର ର ଭିତ୍ତିପତ୍ର ଉପସ୍ଥାପନା କରି ” ସମୟ ହିଁ ସୌନ୍ଦର୍ଯ୍ୟ ର ଘାତକ ” ଶୀର୍ଷକ ପ୍ରସଙ୍ଗ ରେ ଡ଼ ଦାସ ଆଲୋକପାତ କରିଥିଲେ l ମୁଖ୍ୟଅତିଥି ପ୍ରାଚ୍ୟବିଦ ନିରଞ୍ଜନ ପଣ୍ଡା ଙ୍କ ଦ୍ୱାରା ଡ଼ ଦାସ ଙ୍କ ସଦ୍ୟପ୍ରକାଶିତ, ଓଡ଼ିଆ ପୁରାଣ ସାହିତ୍ୟ ର ଇତିହାସ ବାବା ଗୋସେଇଁ ଙ୍କ ପାଦତଳେ ସମର୍ପଣ କରାଯାଇଥିଲା l ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ କୁମାର ଦାସ, ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ, ମଠର ମହନ୍ତ ବାବା ଅଷ୍ଟନାଥ ମହାରାଜ ସ୍ୱତନ୍ତ୍ର ଅତିଥି ଭାବେ ମଞ୍ଚମଣ୍ଡନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ଦାସ, ସୁଦର୍ଶନ ଦାସ, ଧ୍ରୁବ ଚରଣ ଦାସ, ଗୋକୁଳ ଚନ୍ଦ୍ର ଦାସ, ଦୀପକ କୁମାର ଦାସ, ନିମାଇଁ ଚରଣ ଦାସ, ଗାଲେଖ ଚନ୍ଦ୍ର ଦାସ, ରମାକାନ୍ତ ଦାସ, ମନୋଜ କୁମାର ଦାସ, ପୂର୍ବତନ ସରପଞ୍ଚ ଯୁଗଳ କିଶୋର ମହାନ୍ତି, ନିହାରିକା ଦାସ, ଲକ୍ଷ୍ମୀପ୍ରିୟା ଦାସ, ଶୈଳବାଳା ଦାସ, ପ୍ରମୋଦ କୁମାର ଦାସ,ଅରକ୍ଷିତ ସେଠୀ ଓ ଯଜ୍ଞାଚାର୍ଯ୍ୟ ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା ପ୍ରମ୍ମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ପରିଶେଷରେ ନିତ୍ୟପୂଜକ ଅଜିତ କଣ୍ଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର