April 25, 2026

ଖୋଲା ଆକାଶ ତଳେ ପଢୁଛନ୍ତି ଛାତ୍ର ଛାତ୍ରୀ

IMG-20260109-WA0010
Share

 

 

କୋରାପୁଟ(ଗୁପ୍ତେଶ୍ୱର ରଥ କୋରାପୁଟ)ଖୋଲା ଆକାଶ ତଳେ ପଢୁଛନ୍ତି ଛାତ୍ର ଛାତ୍ରୀ।ଶୀତ କାକର ଏବଂ ଖରାକୁ ଖାତିର ନକରି ଖୋଲା ଆକାଶ ତଳେ ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି ଶିକ୍ଷକ।ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କେ.ନୁଆଗୁଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୃହ ଅଭାବରୁ ଖୋଲା ଆକାଶ ତଳେ ପାଠ ପଢୁଛନ୍ତି।ଏହି ବିଦ୍ୟାଳୟରେ ଶିଶୁ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଯାଉଛି।ଏହି ବିଦ୍ୟାଳୟ ରେ ୩ ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟୋଜିତ ରହିଥିବା ବେଳେ ୫୦ ଜଣ ପିଲା ଅଛନ୍ତି।ଦୁଇଟି ଶ୍ରେଣୀ ଗୃହ ଅଛି।ଗୋଟିଏ ଶ୍ରେଣୀ ଗୃହ ଅତି ଶୋଚନୀୟ ଅବସ୍ଥାରେ ରହିଥିବା ଅଭିଯୋଗ ହେବା ସହ ଦେଖିବାକୁ ମଧ୍ୟ ମିଳୁଛି।ବାରମ୍ବାର ଅଭିଯୋଗ କଲେ ମଧ୍ୟ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଉନାହିଁ।କୌଣସି ଅଘଟଣ ଘଟିବା ଭୟରେ ବାହାରେ ପିଲା ପଢୁଛନ୍ତି ବୋଲି ଅଭିଭାବକ ମାନେ କହିଛନ୍ତି।ସେପଟେ ଶିକ୍ଷା ଗ୍ରହଣ କରୁଥିବା କୋମଳ ମତି ଛାତ୍ର ଛାତ୍ରୀ ମାନେ ବାହାରେ ବସି ପାଠ ପଢୁଥିବା ସଙ୍ଗେ ନିଜର ଭବିଷ୍ୟତ ଗଢ଼ୁଥିବା ଦେଖି ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି।କୋରାପୁଟ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ମରାମତି କିମ୍ବା ନୂତନ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ପ୍ରବଳ ଦାବି ହେଉଛି।