July 26, 2026

ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା 

IMG-20260108-WA0117
Share

 

 

ଛତ୍ରପୁର ତା ୮/୧/୨୬(ଅରୁଣ କୁମାର ପଣ୍ଡା )ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ବାଣପୁର ରୁ ସାରା ରାଜ୍ୟର ୩୦ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି l ସେଥିମଧ୍ୟରୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ନୋଳିଆନୂଆଗାଁ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ଶିଶୁମାନଙ୍କର ଉଜ୍ଜଳ ଭବିଷ୍ୟତ, ଉତ୍ତମ ଶିକ୍ଷା ଓ ସଶକ୍ତ ଓଡ଼ିଶା ଗଢ଼ିବା ନେଇ ମତପୋଷଣ କରିଥିଲେ। ଏଥିରେ ଜିଲ୍ଲା ଶିକ୍ଷାଧୂକାରୀ ଅଜୟ କୁମାର ପାତ୍ର, ବ୍ଳକ୍ ଶିକ୍ଷାଧୂକାରୀ ସୁଜିତ କୁମାର ପାଢ଼ୀ , ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ କୁମାର ବେହେରା, ବୈଷୟିକ ପରାମର୍ଶଦାତା ଦିପ୍ତିମୟୀ ନାୟକ , ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ , ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲାର ଅନ୍ୟ ବିଦ୍ୟାଳୟ ମଧ୍ୟରେ ବେଲଗୁଣ୍ଠା, ବୁଗୁଡ଼ା, କବିସୁର୍ଯ୍ୟନଗର , ସାନଖେମୁଣ୍ଡି ଓ ସୋରଡ଼ା ବ୍ଲକ୍ ର ଗୋଟାଏ ଗୋଟାଏ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଛି l ଆଗାମୀ ୪ ବର୍ଷରେ ରାଜ୍ୟରେ ମୋଟ ୨୨ଶହ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାକୁ ଥିବାବେଳେ ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୂଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି l

You may have missed