July 26, 2026

ଗଜପତି ଜିଲ୍ଲା ରେ ନୂତନ ଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ

IMG-20260108-WA0126
Share

 

ମୋହନା –ଆଜି ସନ୍ଧ୍ୟା ରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲ ନୟାଗଡ଼ ଜିଲ୍ଲାରୁ ବଦଳି ହୋଇ ଆସି ଦାୟିତ୍ୱ ଗ୍ରହଣ କରୁଛନ୍ତି। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ୨୦୧୯ ବ୍ୟାଚ ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି। ଆଜି ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସାକ୍ଷାତ କରିବା ସହ ସ୍ୱାଗତ କରିଛନ୍ତି। ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଜିଲ୍ଲାପାଳ ଙ୍କ ସାକ୍ଷାତ କରି ଜିଲ୍କା ର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ଜିଲ୍ଲାପାଳ ଜିଲ୍ଲା ର ଉନ୍ନତ୍ତି ନିମନ୍ତେ ବିଧାୟକ ଙ୍କ ସମେତ ରାଜନେତା ଏବଂ ଲୋକଙ୍କ ସାହାଯ୍ୟ ଲୋଡ଼ିଥିବା ପ୍ରକାଶ। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଜିଲ୍ଲପାଳ ଙ୍କ ସହ ସାକ୍ଷାତ କରି ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସଙ୍ଗେ ଜିଲ୍ଲାର ସାମଗ୍ରିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

You may have missed