November 16, 2024

ବୁଗୁଡ଼ା ଠାକୁରାଣୀ ଯାତ୍ରା ଉଦଯାପିତ , ସ୍ବ ସ୍ବ ମନ୍ଦିରକୁ ପଞ୍ଚ ଠାକୁରାଣୀଙ୍କ ପ୍ରତ୍ଯାବର୍ତ୍ତନ , ମହାସମାରୋହରେ ମା’ଙ୍କୁ ମେଲାଣି ସହ ରାବଣ ପୋଡି 

Share

ବୁଗୁଡ଼ା ଠାକୁରାଣୀ ଯାତ୍ରା ଉଦଯାପିତ , ସ୍ବ ସ୍ବ ମନ୍ଦିରକୁ ପଞ୍ଚ ଠାକୁରାଣୀଙ୍କ ପ୍ରତ୍ଯାବର୍ତ୍ତନ , ମହାସମାରୋହରେ ମା’ଙ୍କୁ ମେଲାଣି ସହ ରାବଣ ପୋଡି

ବୁଗୁଡ଼ା : ତା ୧୨/୦୫/୨୩ : ଗତ ଏପ୍ରିଲ ୨୬ ତାରିଖରୁ ଶୁଭାରମ୍ଭ ହୋଇଥିବା ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ଠାରୁ ମେଲାଣି ନେଇ ପଞ୍ଚ ଠାକୁରାଣୀ ସ୍ବ ସ୍ବ ମନ୍ଦିରକୁ ପ୍ରତ୍ଯାବର୍ତ୍ତନ କରିଥିବା ବେଳେ ଅନ୍ତିମ ନଗର ଭ୍ରମଣି ସହ ରାବଣ ପୋଡି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଶେଷ ଯାତ୍ରା ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା କମିଟି ସଭାପତି ଶ୍ରୀକାନ୍ତ ସାହୁଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ପୂର୍ବାହ୍ନରେ ସ୍ଥାନୀୟ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ୧୦୮ ଆଳତି , ପୂର୍ଣ୍ଣାହୁତି , ସଙ୍କୁଡି ଭୋଗ ଏବଂ ପୁଷ୍ପାଞ୍ଜଳି ପରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ସହ ମାନସିକଧାରୀ ମହିଳା ଆରତୀ ବେହେରା , ଏସ୍.ମନୋଜା ରାଣୀ ପାତ୍ର , କୁନି ସାହୁ , କେ.ଶୁଭଶ୍ରୀ ପାତ୍ର. ସୁଷମା ସାହୁ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ବଳଦେବ ମନ୍ଦିର , ଥାନା ରୋଡ , ରାବଣ ପୋଡି ସ୍ଥଳ , ହାଇସ୍କୁଲ ଛକ , ମଦନ ମୋହନ ଛକ , ପୋଲସରା ରୋଡ , ନୂଆଁ ସାହି ଆଦି ପରିକ୍ରମା ପରେ ଠାରେ ନେଳିଆ ବନ୍ଧ ତୁଠରେ ପହଞ୍ଚିଥିଲେ । ସେଠାରେ ଯଥା ବିଧି ପ୍ରକାରେ ପୂଜାର୍ଚ୍ଚନା ପରେ ପଞ୍ଚ ଠାକୁରାଣୀ ନିଜ ନିଜର ପୀଠକୁ ପ୍ରତ୍ଯାବର୍ତ୍ତନ କରିଥିଲେ । ତେବେ ଦୀର୍ଘ ୧୭ ଦିନ ଧରି ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଚାଲିଆସିଥିବା ପଞ୍ଚ ଠାକୁରାଣୀ ଯାତ୍ରାର ପରିସମାପ୍ତି ଘଟିଥିବା ବେଳେ ସହରବାସୀ , ପରିଚାଳନା କମିଟି , ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା।