April 25, 2026

ପିଏମ୍.ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆରେ ପିଏମ୍.ଶ୍ରୀ ଉତ୍ସବ ଉଦଘାଟିତ

IMG-20260105-WA0025
Share

 

ବେଗୁନିଆ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର) ତା :05/01: ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ ଓ ମୋହିନୀକାନ୍ତି ଦାସଙ୍କ ତତ୍ତ୍ବାବଧାନରେ ପିଏମ୍ ଶ୍ରୀ ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଭକ୍ତ ଉଦ୍ ଘାଟନୀ ଉତ୍ସବରେ ଓଡ଼ିଶାର ପ୍ରାକ୍ତନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଡ଼.ଶରତ କୁମାର ବିଶ୍ବାଳ ମୁଖ୍ୟ ଅତିଥ୍‌,ଶିକ୍ଷାବିତ୍ ଶଶାଙ୍କ ଶେଖର ସାହୁ ମୁଖ୍ୟବକ୍ତା,ଓଷ୍ଟାର ଉପଦେଷ୍ଟା ପଦ୍ମନାଭ ବିଶ୍ବାଳ ସ୍ବତନ୍ତ୍ର ଅତିଥ୍,ରାଜ୍ୟ ବିଦ୍ୟା ଶିକ୍ଷା ଟ୍ରଷ୍ଟ ଅଧ୍ଯକ୍ଷ ରମାକାନ୍ତ ମହାପାତ୍ର, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଅଧ୍ଯକ୍ଷ ମାୟାଧର ମାର୍ଥା,ପରିଚାଳନା ପରିଷଦର ଅଧ୍ୟକ୍ଷ ପୁଷ୍ପଲତା ଜୟସିଂହ, ଉପାଧ୍ଯକ୍ଷ ସର୍ବେଶ୍ବର ସାହୁ, ଇଂ ରାମମାନସ ପଣ୍ଡା,ସ୍ଥାନୀୟ ସାଧନା କେନ୍ଦ୍ର ସଂଯୋଜକ ସୂର୍ଯ୍ୟନାରାୟଣ ପଣ୍ଡା ଏବଂ ଗଣ ପ୍ରତିନିଧ ମାନସ ରଞ୍ଜନ କର ସମ୍ମାନିତ ଅତିଥୁ ରୂପେ ଯୋଗ ଦେଇ ପିଏମ୍ ଶ୍ରୀ ସ୍କୁଲ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅବଦାନ,ପିଏମ୍ ଶ୍ରୀ ବିଦ୍ୟାଳୟ ଓ ସାଧାରଣ ବିଦ୍ୟାଳୟ ମଧ୍ୟରେ ପାର୍ଥକ୍ୟ ଓ ବିଦ୍ୟାର୍ଥୀମାଙ୍କ ଗୁଣାତ୍ମକ ଶିକ୍ଷା ଗ୍ରହଣରେ ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ପିତାମାତାଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉକ୍ତ କର୍ଯ୍ୟକ୍ରମକୁ ସୂର୍ଯ୍ୟକାନ୍ତ ମହାପାତ୍ର ସଂଯୋଜନା କରିଥିଲେ । ଶିକ୍ଷକ ସୌମ୍ୟରଞ୍ଜନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ |ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ସାହୁ,ଆଶା ମୁର୍ମୁ ଓ ଶିକ୍ଷକ ପ୍ରଭାତ କୁମାର ନିଶକଙ୍କ ତ‌ତ୍ତ୍ଵାବଧାନରେ ହୋଇଥିବା କ୍ରୀଡାଙ୍ଗନ ପ୍ରତିଯୋଗିତାରେ ବିଚାରକ ରୂପେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଯତି, ହିମାଂଶୁ ଭୂଷଣ ସ୍ବାଇଁ ଓ ଶ୍ରୀକାନ୍ତ ପଣ୍ଡା ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ । ଏଥିରେ ଆଶୁତୋଷ ସେନାପତି ପ୍ରଥମ,ରାକେଶ କୁମାର ପ୍ରଧାନ ଦ୍ଵିତୀୟ ଓ ରୋହନ ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ | ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଉପାଧ୍ୟକ୍ଷ ଭବାନୀ ଶଙ୍କର ଜୟସିଂହ, ଶିକ୍ଷୟତ୍ରୀ ସୁନିତା ପୃଷ୍ଟି,ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଓ ରିଶ୍ମୀର ପାଇକରାୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।