ଦୁର୍ଘଟଣା କୁ ନେଇ ରାସ୍ତା ରୋକ….
ବାଲେଶ୍ବର ( ଦେବାଶିଷ ଦାଶ )
ହାଇୱା ଧକ୍କା ରେ ସ୍କୁଟି ଚାଳକ ମୃତ, ଘଟଣା ସ୍ଥଳରେ ଉତ୍ତେଜନା ସହିତ ରାସ୍ତା ରୋକ। ୫୭ ନମ୍ବର ରାଜ୍ୟ ରାଜପଥ ଯାତାୟାତ ବାଧା ପ୍ରାପ୍ତ ଅଟକିଛି ଶତାଧିକ ଗାଡି । ସୁଚନା ଅନୁଯାଇ ଜଳେଶ୍ୱର ଥାନା ଡେମୁରିଆ ଛକ ନିକଟ ରାସ୍ତା ଖାଲଖମାରେ ଭର୍ତ୍ତି ହେଇଥିବା ବେଳେ ଖାଲ ପଡିଯାଇଥିଲେ ସ୍କୁଟି ଚାଳକ ପଛପଟୁ ଆସୁଥିବା ହାଇଓ୍ବା ଟି ଧକ୍କା ଦେଇଥିଲା ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହେଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଲା ହାଇୱାଟି । ମୃତ ଯୁବକ ଜଣକ ହେଲେ ବାଣିଦା ଗ୍ରାମର ହରିଶ ମଣ୍ଡଳ ବୋଲି ସୂଚନା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ନାମ୍ପ ଠାରୁ ବଡ଼ ମନ୍ଦାରୁଣି ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବା ରୁ ପ୍ରତ୍ୟେକ ଦିନ ଏହି ଭଳି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତେଣୁ ତୁରନ୍ତ ରାସ୍ତା ମରାମତି ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ ।
