ନବରଙ୍ଗପୁର ଜିଲ୍ଲା କିନ୍ନର ମହାସଂଘ ର ବଦାନ୍ୟତା..
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା କିନ୍ନର ମହାସଂଘ ତରଫେ, ଉମରକୋଟ ଜେ.ଈ.ଏଲ.ସି. (ଜଇଲୁମ) ଚର୍ଚ୍ଚ କୁ ଚଳିତ ଖ୍ରୀଷ୍ଟମାସ ପର୍ବ ଉପଲକ୍ଷେ, ୧୨ ଟି ନୂତନ ପ୍ଲାଷ୍ଟିକ ଚୌକି ତଥା ଗୋଟିଏ କାନ୍ଥ ଘଣ୍ଟା ଏବଂ କିଛି ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଏ ଅବସରରେ କିନ୍ନର ସଙ୍ଘ ର ଜିଲ୍ଲା ସଭାପତି ସୁଶ୍ରୀ କାଜଲ, ସମ୍ପାଦକ ସୁଶ୍ରୀ ଚୁମୁକି ଙ୍କ ସମେତ ଉପସ୍ଥିତ ଜିଲ୍ଲାର ପ୍ରାୟ ୧୦ ଟି ବ୍ଲକ ରୁ ଆସିଥିବା ଅନ୍ୟାନ୍ୟ କିନ୍ନର ଯଥା- ବୈଦି, ବର୍ଷା, ଶ୍ରୁତି, ଇପ୍ସିତା, ତନୂଜା, କୁନି, ଡମଣି, ରାଧା, ସୂବର୍ଣା, କବିତା, ଶିବାନୀ, ଅନିତା, ଲକ୍ଷ୍ମୀ, ପ୍ରିତୀ, ଙ୍କୁ ଚର୍ଚ୍ଚ କମିଟି ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମ୍ମାନନୀୟ ଅତିଥି ରୂପେ ଉମରକୋଟ ର ବରିଷ୍ଠ ସରକାରୀ ଆଇନଜୀବି ଶ୍ରୀନିବାସ ପଟ୍ଟନାୟକ, ସ୍ଥାନୀୟ ଚର୍ଚ୍ଚ ପରିଚାଳକ ପାଷ୍ଟର ବିଭୁତି ଭୂଷ୍ଣ ପାଣି, ପ୍ରାଚିନ ମୋହନ ନାୟକ, ଫିରୋଜ ଖୋରା, ଖ୍ରୀଷ୍ଟ ଚନ୍ଦ୍ର ଟାକ୍ରୀ, ସଭାପତି ଶ୍ରୀମତୀ ମିତା ଖରା, କୋଷାଧକ୍ଷ ଅରୁଣ ନାୟକ, ଉପ- ସଭାପତି ଶରତ ଦଳାଇ ତଥା ଉମରକୋଟ ଜେ.ଈ.ଏଲ.ସି. ଚର୍ଚ୍ଚ ର ଅନେକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ମାନେ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା କିନ୍ନର ସଙ୍ଘ ତରଫରୁ ସଭ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ପୂଜା ମଣ୍ଡପ ମାନଙ୍କୁ ଅନୁଦାନ ତଥା ରକ୍ତଦାନ ଭଳି ମହତ କାର୍ଯ୍ୟ କରୁଥିବା ବେଳେ, ଅନ୍ୟ ପକ୍ଷ ରେ ବିଗତ ଦିନ ମାନଙ୍କରେ ବାହାର ଜିଲ୍ଲା ଓ ରାଜ୍ୟ ରୁ ଆସିଥିବା କେତୋଟି କୃତ୍ରିମ କିନ୍ନର ଉମରକୋଟ ଅଞ୍ଚଳରେ ଯେଉଁ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ଥାଇ ଦଙ୍ଗା ସୃଷ୍ଟି କରିଛନ୍ତି, ପ୍ରଶାସନ ର ସହାୟତା ରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଜିଲ୍ଲା କିନ୍ନର ସଙ୍ଘର ସଭାପତି କାଜଲ କହିଛନ୍ତି ।
