April 25, 2026

ମନରେଗା ନାମକୁ ପରିବର୍ତ୍ତନର ଷଡ଼ଯନ୍ତ୍ରକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ 

IMG-20251223-WA0045
Share

 

ପାରଳାଖେମୁଣ୍ଡି:୨୩/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ବରେ ଆଜି ବାହାରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା. ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ମନରେଗା ନାମକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଷଡଯନ୍ତ୍ର କରୁଛନ୍ତି ତର ଦୃଢ ବିରୋଧ କରାଯାଇ ବିକ୍ଷୋଭ ପ୍ରଦଶନ କରାଯାଇଥିଲା. ପରେ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, କଂଗ୍ରେସ ନେତା ସୂର୍ଯ୍ୟ ନାରାୟଣ ପାତ୍ର,ଜିଖବ ରୋଈତ,ମୀନ ମଣ୍ଡଳ, ଲକ୍ଷ୍ମଣ ବଳିଆର ସିଂହ, ପୁରୁଷୋତ୍ତମ ପାଣିଗ୍ରାହୀ, ଛାତ୍ର କଂଗ୍ରେସ,ଯୁବ କଂଗ୍ରେସ, ମହିଳା କଂଗ୍ରେସର ସମସ୍ତ ସାଂଗଠନିକ ନେତା କର୍ମୀଙ୍କ ଉପସ୍ଥିତି ଥିଲେ।