ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଚୟନ
ବେଗୁନିଆ(ଉପାନ୍ତ ଖବର ମାନସ ରଞ୍ଜନ କର) ତା22/12: ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସ୍ମୃତିଶ୍ମିତା ବେହେରାଙ୍କ ଆବାହକତ୍ଵ ଏବଂ ପୌରୋହିତ୍ୟ ଓ ଶିକ୍ଷକ ପ୍ରଭାତ କୁମାର ନିଶଙ୍କଙ୍କ ସଂଯୋଜନାରେ ସୋମବାର ଦିନ ବିଦ୍ୟାଳୟ ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ବୈଠକରେ ପରିଷଦର ନୂତନ ଅଧ୍ୟକ୍ଷା ଭାବେ ପୁଷ୍ପଲତା ଜୟସିଂହ ଏବଂ ସର୍ବେଶ୍ଵର ସାହୁଙ୍କୁ ନୂତନ ଉପାଧ୍ୟକ୍ଷ ରୂପେ ସର୍ବସମ୍ମତି କ୍ରମେ
ଚୟନ କରାଯାଇଛି। ଚୟନ ପ୍ରକ୍ରିୟାରେ ଉକ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିବାରୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଅତ୍ୟନ୍ତ ଖୁସି
ବ୍ୟକ୍ତ କରିବା ସହ ଶ୍ରୀମତୀ ଜୟସିଂହ,ଶ୍ରୀଯୁକ୍ତ ସାହୁ,ସଭ୍ୟା ବବିତା ନାୟକ,ବିନି ପରିଡ଼ା,ସୁଜାତା ରଥ,ନମିତା ପ୍ରଧାନ,ଜାନକୀ ନାୟକ ଓ ସଭ୍ୟ ବାବୁଲି ନାୟକ,ରବୀନ୍ଦ୍ର ନାୟକ,ଡମ୍ବରୁଧର ସାହୁ ଓ ଲୋକନାଥ ଜେନାଙ୍କୁ ବଧେଇ ଜଣାଇବା ସହ ବିଦ୍ୟାଳୟର ସର୍ବବିଧ ପ୍ରଗତି ନିମିତ୍ତ ଦୃଷ୍ଟି ଦେବାକୁ ସେମାନଙ୍କ ସହଯୋଗ ଲୋଡିଛନ୍ତି।
