ଶିଶୁ ମନ୍ଦିର ପକ୍ଷରୁ ଜାତୀୟ ଗଣିତ ଦିବସ ପାଳିତ

ବୁଗୁଡ଼ା : ତା ୨୨/୧୨/୨୫ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ସହ-ପ୍ରଧାନ ଆଚାର୍ଯ୍ୟା ସୁମତି ମିଶ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଧାରୀ ସ୍ବାଇଁ ଯୋଗଦାନ କରି ଜାତୀୟ ଗଣିତ ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ମହାନ୍ ଗଣିତଜ୍ଞ ଶ୍ରୀନିବାସ ଆୟଙ୍ଗର ରାମାନୁଜନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ଆୟୋଜିତ ଗଣିତ ପ୍ରଦର୍ଶନୀରେ ୯୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲା ବେଳେ ଗୁରୁମା ମଧୁସ୍ମିତା ଦାଶ , ଲିଜା ପାତ୍ର , ସୁଜାତା ଗୌଡ, ରସନା ପ୍ରଧାନ , ରଶ୍ମିତା ବେହେରା , ପ୍ରିୟଦର୍ଶିନୀ ସ୍ବାଇଁ , ରାଜଶ୍ରୀ ଜେନା ଓ ଗୁରୁଜୀ ଜଗନ୍ନାଥ ରଥ ପ୍ରମୁଖ ବିଚାରକଙ୍କ ଦ୍ବାରା ଶିଶୁ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗର ମୋଟ ୨୭ ଜଣ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ଗଣିତ ପ୍ରମୁଖ ଗୁରୁମା ବାଳାମଣି ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଗୁରୁମା ପ୍ରତିମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
