April 29, 2026

ଗଜପତି ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

IMG-20251219-WA0082
Share

 

 

ପାରଳାଖେମୁଣ୍ଡି,

 

ଆଜି ଅପରାହ୍ନ ୦୫ ଘଣ୍ଟା ସମୟରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାର ସଂସ୍କୃତି,ସାରସ୍ଵତ ସର୍ଜନା, ପରମ୍ପରା, ଆଧ୍ୟାତ୍ମିକ ଚେତନା, କୁଟୀର ଶିଳ୍ପ, କାରୁକାର୍ଯ୍ୟ, ପାଇକ ବିରତ୍ଵ, ରାଜକୀୟ ଅବଦାନ ,ଇତିହାସ ପ୍ରଭୃତି ସମ୍ପର୍କରେ ସ୍ବରଚିତ ଲେଖା ( *ଅପ୍ରକାଶିତ* ) ଲେଖା ଗୁଡିକ ଚଳିତ ମାସ ତା.୨୮.୧୨.୨୦୨୫ ସୁଦ୍ଧା କମିଟିକୁ ହସ୍ତାନ୍ତର କରିବାହେବେ। ଉତ୍ସବ ପାଳନ ସମୟ ସ୍ୱଳ୍ପତା ଦୃଷ୍ଟିରୁ ନିର୍ଦ୍ଧିଷ୍ଟ ସମୟ ଓ ତାରିଖ ପରେ ଲେଖା ଗ୍ରହଣ କରାଯିବ ନାହିଁ। ପ୍ରତ୍ୟେକ ଲେଖାର ମୈଳିକତା ରହିଥିବା ଆବଶ୍ୟକ ବୋଲି ଉପସ୍ଥିତ ସଦସ୍ୟ, ସଦସ୍ୟା ମତପୋଷଣ କରିଥିଲେ। ଉକ୍ତ ବୈଠକରେ ଡ.ବିଦ୍ୟୁତ୍ ଶେଖର ମିଶ୍ର, ପ୍ରଦୀପ୍ତ ଗୁରୁମାଇ ,ଉମେଶ ପ୍ରସାଦ ରଥ, ଵିନୋଦ ଚନ୍ଦ୍ର ଜେନା,ଲୋକନାଥ ପଣ୍ଡା, ଡ.କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ ଓ ବିଚିତ୍ରାନନ୍ଦ ବେବର୍ତ୍ତା ବୈଠକରେ ଯୋଗ ଦାନ କରିଥିଲେ।