ମା ଙ୍କ ଦ୍ବାଦଶାହ ରେ ପୁଅଙ୍କ ମୃତ୍ୟୁ ; ଗାଁ ରେ ଶୋକାକୁଳ ପରିବେଶ 

IMG-20251219-WA0011
Share

ଦିଗପହଣ୍ଡି,୧୮|୧୨(ବିଜୟ କୁମାର ପ୍ରଧାନ )  ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡିି ଗ୍ରାମରେ ରହୁଥିବା ଡ଼ି.ସରୋଜିନୀ(68) ଙ୍କ ମୃତ୍ୟୁର ଦ୍ୱାଦଶାହ ରେ ଗୁରୁବାର ସନ୍ଧ୍ୟାରେ ପୁଅ ଏନ. କୈଳାସ ପାତ୍ର (53) ଙ୍କ ମୃତ୍ୟୁ ଘଟିଛି।କୈଳାସ ଙ୍କ ପୈତୃକ ଘର ଗୌତମୀ ଗ୍ରାମରେ । ତିତିଖଣ୍ଡିି ଗ୍ରାମରେ ରହୁଥିବା ତାଙ୍କ ଅଜା ଏନ୍.ରଘୁନାଥ ପାତ୍ର ନିଃସନ୍ତାନ ଥିବାରୁ ନାତି କୈଳାସ ଙ୍କୁ ପୋଷ୍ୟ ପୁଅ କରିଥିଲେ।କୈଳାସ ମହାରାଷ୍ଟ୍ର ର ମୁମ୍ବାଇ ରେ ପରିବାର ସହ ରହି ସେଠାରେ କାମ କରୁଥିବା ବେଳେ ଗାଁ ରେ ରହୁଥିବା ମା ଙ୍କ ମୃତ୍ୟୁଖବର ପାଇ ଗାଁ କୁ ଫେରିଥିଲେ।ସେ ଅସୁସ୍ଥ ଥାଇ ମଧ୍ୟ ମା ଙ୍କ ଶୁଦ୍ଧି କ୍ରିୟା କରିଥିଲେ।ଗୁରୁବାର ତାଙ୍କ ଶୁଦ୍ଧି କ୍ରିୟା ଭୋଜି ସରିଥିଲା। କୈଳାସ ଙ୍କ ସ୍ତ୍ରୀ ଓ ୨ ଝିଅ, ପୁଅ ଅପରାହ୍ନ ରେ ଟ୍ରେନ ଯୋଗେ ମୁମ୍ବାଇ ଫେରୁଥିଲେ।ଅସୁସ୍ଥତା କାରଣରୁ ସେ ଚିକିତ୍ସା ହୋଇ ସୁସ୍ଥ ହେବା ପରେ ମୁମ୍ବାଇ ଫେରିବା ପାଇଁ ସ୍ତ୍ରୀ ଙ୍କୁ କହିଥିଲେ। ସନ୍ଧ୍ୟା ପାୟ ସାଢ଼େ ୭ ଟାରେ ସେ ଆକସ୍ମିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ କୈଳାସ ଙ୍କ ସ୍ତ୍ରୀ ଝିଅ ପୁଅ ଆନ୍ଧ୍ରପ୍ରଦେଶ ପଲାସା ରେଳ ଷ୍ଟେସନ ରୁ ଗାଁ କୁ ଫେରିବା ପରେ  ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ଜଣାପଡିଛି।    ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର

You may have missed