ବେଗୁନିଆ ବ୍ଳକ ପିଏମଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ 

IMG-20251219-WA0006
Share

 

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର) ବେଗୁନିଆ ପିମଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କୀଡ୍ରାଉତ୍ସବ ୨୦୨୫-୨୦୨୬ର ଉଦ୍‌ଘାଟନର ପ୍ରଥମ ଦିବସରେ ମହା ସମାରୋହରେ ପାଳିତ ହୋଇ ଯାଇଅଛି ମାବରମୂଳେଇଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା ସାରିବା ପରେ ମସାଲ ଶୋଭାଯାତ୍ରା ଆରମ୍ଭ ହୋଇ ବିଦ୍ଯାଳୟର ଖେଳ ପଡିଆଠାରେ ପହଞ୍ଚିଥିଲା ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବୋଲଗଡ ଗୋଷ୍ଠି ଶିକ୍ଷାଅଧିକାରି ପ୍ରମୋଦ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଉତ୍ସଵ କୁ ଉଦଘାଟନ ହୋଇଥିଲା ମୁଖ୍ୟଅତିଥି ଭାବରେ ପ୍ରଧାନ ଶିକ୍ଷୟତ୍ରୀ ମନିସା ସ୍ଵାଇଁ, ମୁଖ୍ୟବକ୍ତା ବେଗୁନିଆ ମଣ୍ଡଳର କ୍ରୀଡା ସଂସଦର ସଂପାଦକ ଶ୍ରୀନିବାସ ରଣସିଂହ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷାକ, ମନମୋହନ ସାମନ୍ତରାୟ,ପଞ୍ଚସଖା ଶିକ୍ଷା ସେତୁ ର ସଂଗଠନର ସଭାପତି ମାୟାଧର ମାର୍ଥା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୁଷ୍ପଲତା ଜୟ ସିଂହ,ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ସଂପାଦକ ଭାବାନୀ କୁମାର ଜୟସିଂହଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାର ଉପଦେୟତା ସମ୍ପକ୍ରରେ ଉପଦେସ,

ଦେଇଥିଲେ ପ୍ରଥମ ଦିବସର ଶେଷ ସୁଧା ସପନ୍ନ ହୋଇଥିବା ଖେଳମଧ୍ଯରେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ବରିଷ୍ଠ ବାଳକ ବିଭାଗରେ ଦଶମ (କ )ରଛାତ୍ର ସୂରଜ ପ୍ରକାଶ, ବରିଷ୍ଠ ବାଳିକା ବିଭାଗରେ ନବମ(କ)ର ଛାତ୍ରୀ ସୁପ୍ରୀୟା ନାୟକ, ୨୦୦ମିଟର ଦୌଡ ପ୍ରତିଯୋଗିତାରେ ବରିଷ୍ଠ ବାଳିକା ବିଭାଗର ନବମ( କ)ର ଛାତ୍ରୀ ସୁପ୍ରୀୟା ନାୟକ, ଡିସକସ ଥ୍ରୋ ବରିଷ୍ଠ ବାଳିକା ବିଭାଗରେ ନବମ( କ)ର ପଦ୍ମା ନାୟକ, କନିଷ୍ଠ ବାଳିକା ବିଭାଗରେ ଅଷ୍ଟମ( କ) ଶ୍ରୀୟାଶ୍ରୀ ସୁଲଗ୍ନା ଦାସ, କନିଷ୍ଠ ବାଳକ ବିଭାଗରେ ଅଷ୍ଟମ(ଖ)ର ଶେଖ୍ ସାହିଦ୍‌, ସଟ ଫୁଟ ଥ୍ରୋ ଶେଖ୍ ସାହିଦ୍, କନିଷ୍ଠ ବାଳିକା ବିଭାଗରେ ଅଷ୍ଟମ (କ)ର ଚିନ୍ମୟୀ ବିଶ୍ଵାଳ, ବରିଷ୍ଠ ବାଳିକା ବିଭାଗରେ ନବମ(କ)ର ପଦ୍ମା ନାୟକ, ଲମ୍ବ ଡିଆଁରେ ବରିଷ୍ଠ ବାଳକ ବିଭାଗରେ ଦଶମ(କ)ର ରାକେଶ ପ୍ରଧାନ, ବରିଷ୍ଠ ବାଳିକା ବିଭାଗରେ ନବମ(କ)ର ସୁପ୍ରୀୟା ନାୟକ, ପ୍ରମୁଖ ପ୍ରଥମ ସ୍ଥାନ ଅଧିକାରକରିଥିଲେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦୈତ ପ୍ରତି ଯୋଗିତାରେ ସୁର୍ଯ୍ୟକାନ୍ତ ମହାପାତ୍ର, ଶ୍ରୀନିବାସରଣସିଂହ, ରିଶ୍ମାରଶ୍ମି ପାଇକରାୟ ଆଦି ପରିଚାଳନା କରିଥିଲେ, ସଟଫୁଟଥ୍ରୋ ରେ ଆଶା ମୁର୍ମୁ, ମୋହିନିକାନ୍ତି ଦାସ, ପ୍ରଭାତ କୁମାର ନିଶଙ୍କ, ଶ୍ରୀକାନ୍ତ ପଣ୍ଡା, ପରିଚାଳନା କରିଥିଲେ,ଉଚ୍ଚ ଡିଆଁରେ ହିମାଂସୁ ଭୂସଣ ସ୍ଵାଇଁ, ବିଜୟଲକ୍ଷ୍ମୀ ସାମନ୍ତରାୟ, ଲକ୍ଷ୍ମୀପ୍ରୀୟା ତ୍ରୀପାଠୀ, ସୌମ୍ୟ ରଞ୍ଜନ ସାହୁ, ପ୍ରହଲାଦ ପାଣିଗ୍ରାହି ଆଦି ପରିଚାଳନା କରିଥିଲେ ସର୍ବଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ସ୍ମୃତିସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ