April 29, 2026

ଗାନ୍ଧୀନଗର ଆବାସିକ ବିଦ୍ୟାଳୟ ର ପାଚେରି କାନ୍ଥ ପଡ଼ି ତୃତୀୟ ଶ୍ରେଣୀ ଛାତ୍ର ମୃତ

IMG-20251217-WA0054
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଗାନ୍ଧୀ ନଗର ଆବାସିକ ବିଦ୍ୟଳୟ ପରସିର ରେ ବୁଧବାର ତୃତୀୟ ଶ୍ରେଣୀ ଛାତ୍ର ପ୍ରେମାନନ୍ଦ ଭତରା ର ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀ ର ସାନ ଭତରା ଗୁରୁତର ଆହତ ହୋଇଥିବା ଜଣାଯାଇଛି.ବ୍ରସ କରୁଥିବା ବେଳେ ନାମ ଫଳକ ପାଚେରି କାନ୍ଥ ପଡ଼ି ଛାତ୍ର ଙ୍କ ମୃତ୍ୟୁ ହୋଇଥିବା ଶିକ୍ଷକ ମାନେ କହିଛନ୍ତି.ଉକ୍ତ ଘଟଣା ଟି ଜଣା ପଡିବା ପରେ କିଛି ଗଣ ମାଧ୍ୟମ ପ୍ରତିନିଧି ବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ପହଂଚି ଗେଟ ଖୋଲିବାକୁ ବିଦ୍ୟାଳୟ ର କର୍ମଚାରୀଙ୍କୁ ଡାକିଥିଲେ କିନ୍ତୁ କେହି ହେଲେ ଗେଟ ଖୋଲି ନ ଥିଲେ କିନ୍ତୁ ଘଟଣାଟି ପୂର୍ବରୁ ଜାଣି କୋଟପାଡ଼ ବିଡ଼ିଓ, ଓ ମଙ୍ଗଳ ଅଧିକାରୀ ବିଦ୍ୟାଳୟ ରେ ପହଂଚି ତଦନ୍ତ କରୁଥିବା ବେଳେ ଗଣ ମାଧ୍ୟମକୁ ଭିତରକୁ କାହିଁକି ଛଡା ଗୋଲାନାହିଁ ବୋଲି ପ୍ରଶ୍ନ ଉଠୁଛି l ଅନ୍ୟପକ୍ଷରେ ଛାତ୍ର ମାନଙ୍କୁ କୋଟପାଡ଼ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର କୁ ଆଣିବା ପୂର୍ବରୁ ପ୍ରେମାନନ୍ଦ ଙ୍କ ଜଣକର ମୁତ ହେଇଥିବା ବେଳେ ଅନ୍ୟ ଜଣକୁ ଶିବ ଭୋତରା ଙ୍କୁ ପ୍ରାଥମିକ ଚିକିଛା କରି ଜୟପୁର ଜ଼ିଲ୍ଲା ସ୍ଵାସ୍ତ୍ୟ କେନ୍ଦ୍ରକୁ ସ୍ଥାନନ୍ତର କରାଯାଇଛି l ସେଭଳି ଅନ୍ୟ ଜଣ ଛାତ୍ର କିରଣ ଭୋତରାଙ୍କୁ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିଛା କରି ବିଦ୍ୟାଳୟ ନିଆ ଯାଇଥିବା ଜଣାପଡିଛି l ତିନି ଫୁଟ ଉଚ୍ଚ ପାଚେରୀ କିଭଳି ପଡିଲା ଯେ ଛାତ୍ର ଜଣକ କିଭଳି ମୃତ୍ୟୁ ହେଲା ଏହାକୁ ପରିବାର ଵର୍ଗ ସହଜେ ଗ୍ରହଣ କରୁନଥିବା ବେଳେ ବିଦ୍ୟାଳୟ ର ଦାଇତ୍ୱ ରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମିଛ କହୁଥିବାନେଇ ଅଭିଯୋଗ କରୁଛନ୍ତି l ଘଟଣା ଟି ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି ଜାଣିବା ପରେ କୋଟପାଡ଼ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର କୁ ପହଂଚି ତର୍ଜମା କରୁଥିବା ବେଳେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ପଦ୍ମିନୀ ଦିଆନ, ନବରଙ୍ଗ ପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜ଼ିଲ୍ଲା ପରିଷଦ ଗୀତା ମାଝୀ, ତ୍ରିପତି ଚାଲାଣ, ପ୍ରମୁଖ ବିଜେଡି କର୍ମୀ ପହଂଚି ସ୍ଵାସ୍ତ୍ୟ କେନ୍ଦ୍ର ପହଂଚି ପ୍ରଶାସନ ଅବହେଳା ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ଅଭିଯୋଗ କରିଛନ୍ତି l ଅନ୍ୟ ପକ୍ଷରେ ଏହକୁ ନେଇ ମୃତ ପରିବାର ଵର୍ଗ ଲୋକେ 50 ଲକ୍ଷ କ୍ଷତି ପୁରଣ ସରକାର ଦିଅନ୍ତୁ ବୋଲି ଦାବି କରିଥିବା ବେଳେ ସ୍ଵାସ୍ତ୍ୟ କେନ୍ଦ୍ର ସମୁଖ ଜାତୀୟ ରାଜପଥ ଅପରାହ୍ଣନ ରେ ଅବରୋଧ କରିଛନ୍ତି l ଏବଂ ପରିବାର ଵର୍ଗ ତରଫରୁ କୋଟପାଡ଼ ଥାନାରେ ଛାତ୍ର ମୃତ୍ୟୁ ରୋହସ୍ୟ ଜନକ ବୋଲି ଅଭିଯୋଗ ଦେଇଥିବାର ଜଣାପଡିଛି l ରାଜପଥ ଅବରୋଧ ଘଟଣା ସ୍ତଳରେ ସ୍ଥାନୀୟ ତୋହସିଲଦାର ଟ୍ୱିକେଲ ସେଠି, ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ ବିଡ଼ିଓ ମନୋଜ ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପିଏ ଆଇ ଟି ଡି ଏ ତୃପ୍ତି ବରେଇ ଜୟପୁର ଉଃ ଜ଼ିଲ୍ଲା ପାଳ କୁମାରୀ ଆକବରମ ସସ୍ୟା ରେଡ଼ି ସୁନାବେଡା ଏସ ଡି ପିଓ ସୁମିତା ଜେନା ଘଟଣା ସ୍ତଳରେ ପହଂଚି ଅବରୋଧ କରିଥିବା ପରିବାର ବୁଝା ସୁଝା କରି 50 ହଜାର ନଗଦ ଦେଇ ବାକି ଦେଢ଼ ଲକ୍ଷ ଆକାଉଣ୍ଟ ରେ ଦିଆ ଜୀବବୋଲି ପ୍ରତିଶୃତି ଦେବାପରେ ପରିବାର ଲୋକେ ଧାରଣା ରୁ ଅହୋରିଥିଲେ l ଦୀର୍ଘ 5 ଘଣ୍ଟାଧରି ରାସ୍ତା ଅବରୋଧ ଯୋଗୁଁ ରାସ୍ତା ଦୁଇ ପାଶ୍ୱ ରେ ସୋତାଧିକ ଭାରିଜାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed